କଟକରେ ମିନି ବାଲିଯାତ୍ରା !

Oct 24, 2026 - 09:41
କଟକରେ ମିନି ବାଲିଯାତ୍ରା !

କଟକ: ସରିଛି ଦଶହରା । ମେଲାଣି ନେଇଛନ୍ତି ମାଆ । ହେଲେ ତାରକସୀର ସହର କଟକରେ ସରିନି ଉତ୍ସବର ମାହୋଲ । କାଠ ଯୋଡିର ବନ୍ଧ ରାସ୍ତାରେ କ୍ଷୁଦ୍ର ବ୍ୟବସାୟୀଙ୍କ ପସରା ସୃଷ୍ଟି କରିଛି ଛୋଟ ବାଲିଯାତ୍ରାର ଭ୍ରମ । ଚାରିଆଡ଼େ ଦୋକାନ, ଗ୍ରାହକଙ୍କ ଭିଡ଼ ଆଉ କିଣାବିକା ପରିବେଶ ସମସ୍ତଙ୍କ ମନରେ ସୃଷ୍ଟି କରିଛି ଉତ୍ସାହ । ଦଶହରା ପରବର୍ତ୍ତୀ ଏହି ଦୃଶ୍ୟ କଟକର ପୂଜାକୁ ଦେଇଥାଏ ଏକ ସ୍ୱତନ୍ତ୍ର ପରିଚୟ । କାଠଯୋଡ଼ି ନଦୀକୂଳ ହୋଇଉଠେ ଲୋକାରଣ୍ୟ । ଅପେକ୍ଷାକୃତ କମ୍ ଦାମରେ ମନପସନ୍ଦର ସାମଗ୍ରୀ କିଣିବା ସହ ମେଳାର ମାହୋଲକୁ ଉପଭୋଗ କରୁଛନ୍ତି ଲୋକେ । ରାସ୍ତା କଡ଼ରୁ ବିଭିନ୍ନ ଘର କରଣା ସାମଗ୍ରୀ କିଣିବା ପାଇଁ ବର୍ଷ ସାରା ଅପେକ୍ଷା ମଧ୍ୟ କରିଥାନ୍ତି କଟକିଆ ।

ଏଠି କେବଳ କିଣାବିକାର ମେଳା ନୁହେଁ ଯୋଡ଼ି ହୋଇଛି ଅନେକଙ୍କ ଜୀବିକାର କାହାଣୀ । ପେଟପାଟଣା ପାଇଁ ନିଜ ଗାଁ ମାଟି ଛାଡ଼ି ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଟକ ଧାଇଁ ଆସନ୍ତି କ୍ଷୁଦ୍ର ବ୍ୟବସାୟୀ । କିଏ ଘରକରଣା ସାମଗ୍ରୀ ନେଇ ଆସିଛି ତ, ଆଉ କିଏ ନିଜ ହାତରେ ତିଆରି ଜିନିଷର ପସରା ମେଲାଇଛି । ଦଶହରାର ୧୫ ଦିନ ଆଗରୁ ଭଲ ବ୍ୟବସାୟ ଆଶରେ ଏଠାକୁ ଧାଇଁ ଆସିଥାନ୍ତି କ୍ଷୁଦ୍ର ବ୍ୟବସାୟୀ।ଦେବୀଗଡ଼ା ଘାଟରୁ ଖାନନଗର ମଲାଚଣ୍ଡିଆ ଛକ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ଧରି ଲମ୍ବିଛି ଏହି ମେଳା । ଦୋକାନ ପରେ ଦୋକାନ, ଗ୍ରାହକଙ୍କ ଗହଳି ଆଉ ବ୍ୟବସାୟୀଙ୍କ ଡାକରେ ମୁଖରିତ ପୂରା ଅଞ୍ଚଳ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)