କଙ୍ଗୋ ନଦୀରେ ଭୟଙ୍କର ଡଙ୍ଗା ଦୁର୍ଘଟଣା: ୩୦ ମୃତ, ଅନେକ ନିଖୋଜ

Oct 05, 2026 - 22:06
କଙ୍ଗୋ ନଦୀରେ ଭୟଙ୍କର ଡଙ୍ଗା ଦୁର୍ଘଟଣା: ୩୦ ମୃତ, ଅନେକ ନିଖୋଜ

କଙ୍ଗୋ : କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା । ଦୁଇଟି ମୋଟରଚାଳିତ କାଠ ନୌକା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅନେକ ଲୋକ ଏବେବି ନିଖୋଜ ଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଇକ୍ୱେଟର ପ୍ରଦେଶର ପ୍ରାଦେଶିକ ଗୃହମନ୍ତ୍ରୀ କ୍ରିସ୍ପିନ୍ ମପୁତୁଙ୍କ ଅନୁସାରେ, ନଗୋମ୍ବେ-ଲୁକୋଲେଲା ଅଞ୍ଚଳ ନିକଟରେ ଦୁଇ ଡଙ୍ଗା ମଧ୍ୟରେ ଏହି ଧକ୍କା ହୋଇଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ୩୦ ଜଣ ପ୍ରାଣ ହରାଇଥିବା ବେଳେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ସମ୍ଭାବ୍ୟ ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ କଙ୍ଗୋ ନଦୀରେ ସର୍ଚ୍ଚ ଅଭିଯାନ ଆରମ୍ଭ କରାଯାଇଛି ।

ତେବେ ଉତ୍ତର-ପଶ୍ଚିମ ଅଞ୍ଚଳର ଉବାଙ୍ଗିରୁ ରାଜଧାନୀ କିନ୍ଶାସା ଅଭିମୁଖେ ଏକ ଡଙ୍ଗା ଯାଉଥିବା ବେଳେ, ଅନ୍ୟ ଡଙ୍ଗାଟି କିନ୍ଶାସାରୁ ଲୁକୋଲେଲା ଅଭିମୁଖେ ଯାଉଥିଲା । ଲୁକୋଲେଲା ଯିବା ରାସ୍ତା ନିକଟରେ ହିଁ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା। ଅନେକ ଯାତ୍ରୀ ଏବେବି ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଉଦ୍ଧାରକାରୀ ଦଳ କଙ୍ଗୋ ନଦୀରେ ନିଖୋଜଙ୍କ ସନ୍ଧାନ ଜାରି ରଖିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)