West Bengal Politics: ‘ସକାଳେ ନାୟିକା, ସନ୍ଧ୍ୟାରେ ଖଳନାୟିକା

Oct 05, 2026 - 22:19
West Bengal Politics: ‘ସକାଳେ ନାୟିକା, ସନ୍ଧ୍ୟାରେ ଖଳନାୟିକା

"କୋଲକାତା: ତୃଣମୂଳ କଂଗ୍ରେସ ଭାଗ ଭାଗ ହେବା ପରେ ମଧ୍ୟ ନେତାମାନଙ୍କ ମଧ୍ୟରେ ପରସ୍ପର ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାଇବାର ଅଭ୍ୟାସ କମିବାର ନାଁ ନେଉ ନାହିଁ।

ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଅଭିନେତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ପ୍ରାର୍ଥୀ କୋଏଲ ମଲିକଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

ପୂର୍ବରୁ ଟିଏମସି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିବା କୋଏଲ ତିନି ମାସ ମଧ୍ୟରେ ଇସ୍ତଫା ଦେଇଥିଲେ।

Advertisment ଏବେ ସେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି।

କୋଏଲଙ୍କୁ ଟାର୍ଗେଟ କରି କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ସେ ସକାଳେ ଜଣେ ନାୟିକା ଓ ସନ୍ଧ୍ୟାରେ ଖଳନାୟିକା।

କଲ୍ୟାଣ ବାନାର୍ଜୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

ସେ କହିଛନ୍ତି, ଶୁଭେନ୍ଦୁ ଅଧିକାରୀ ଏକଦା ତୃଣମୂଳ କଂଗ୍ରେସରେ ଥିଲେ।

ବାସ୍ତବରେ ସେମାନେ ସମସ୍ତେ ଭଲ ଅଭିନେତା।

ସକାଳରୁ ସନ୍ଧ୍ୟା ହେବା ଭିତରେ ସେମାନଙ୍କର ଭୂମିକା ପରିବର୍ତ୍ତନ ହୁଏ।

West Begal Election: ଫାଲ୍‌ଟାରେ ପୁନଃ ମତଦାନ: ବିଜେପିକୁ ଚ୍ୟାଲେଞ୍ଜ କଲା ତୃଣମୂଳ କଂଗ୍ରେସ ମମତା ବାନାର୍ଜୀଙ୍କ ଦଳର ବିଧାୟକ କୁନାଲ ଘୋଷ ମଧ୍ୟ କୋଏଲଙ୍କୁ ସମାଲୋଚନା କରି କହିଥିଲେ ଯେ, କୋଏଲ ମଲିକ ଜଣେ ପ୍ରସିଦ୍ଧ ଅଭିନେତ୍ରୀ।

ମମତା ବାନାର୍ଜୀ ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚିନ୍ତା କରିଥିଲେ।

ଯେତେବେଳେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଜଣେ ତୃଣମୂଳ ସାଂସଦ ଭାବେ ବହୁତ ଖୁସି ଥିଲେ।

କିନ୍ତୁ ଏବେ ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି, ତେଣୁ ତାଙ୍କୁ ତୁରନ୍ତ ବିଜେପିରେ ଯୋଗ ଦେବାକୁ ପଡ଼ିଲା।

ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି, କୋଏଲ ମଲିକଙ୍କ ନାମ କୌଣସି ଦୁର୍ନୀତି କିମ୍ବା ଆର୍ଥିକ କାରବାରରେ ନାହିଁ।

ତାଙ୍କୁ ପ୍ରାର୍ଥୀ କରିବାରେ ଅସୁବିଧା କ"ଣ?

କୋଏଲ ମଲିକ ମଧ୍ୟ କହିଛନ୍ତି ଯେ, ସେ ଦଳ ପରିବର୍ତ୍ତନକୁ ନେଇ କୌଣସି ବିବାଦରେ ଫସିବାକୁ ଚାହାଁନ୍ତି ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)