ଓଡ଼ିଶାରେ ସ୍କ୍ରବ ଟାଇଫୁସ ଆତଙ୍କ
ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ସ୍କ୍ରବ ଟାଇଫୁସ ଆତଙ୍କ । ଅନୁଗୋଳରେ ସ୍କ୍ରବ ଟାଇଫୁସରେ ଜଣକର ମୃତ୍ୟୁ ଅଭିଯୋଗ । ପାଲଲହଡ଼ା ସାନବାଘଧରି ଗାଁର ସୁମନ୍ତ ସେଠୀଙ୍କ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜ୍ବରରେ ୧୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଥିବାରୁ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଗତ କିଛିଦିନ ହେବ ଗାଁରେ ଅଜଣା ପୋକ କାମୁଡ଼ିବା ଯୋଗୁଁ ଜ୍ୱର ଆସିବା ସହ ମୁଣ୍ଡ ବିନ୍ଧା ହୋଇ ଲୋକେ ଅସୁସ୍ଥ ହୋଇ ପଡିଥିଲେ ।
ମେଡିକାଲ ଯାଇ ପରୀକ୍ଷା କରିବା ପରେ ସ୍କ୍ରବ ଟାଇଫୁସ ପଜେଟିଭି ଥିବା ଜଣା ପଡ଼ିଥିଲା । ଏଥିରେ ଗାଁ ର ସୁମନ୍ତ ସେଠୀ ନାମକ ଜଣେ ଯୁବକଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୧୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଗାଁ ରେ ଭୟର ବାତାବରଣ ଦେଖା ଦେଇଛି ।
ଅନ୍ୟପଟେ ଆଜି ପ୍ରଶାସନ ପକ୍ଷରୁ ଗାଁକୁ ଏକ ଡାକ୍ତରୀ ଦଳ ପଠା ଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି I ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଞ୍ଚ ଜଣିଆ ଟିମ ପାଳଲହଡା ସାନବାଘଧରି ଗାଁରେ ପହଞ୍ଚି ସମସ୍ତ ଜ୍ଵରରେ ଆକ୍ରାନ୍ତ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଦନ ମୋହନ ପ୍ରଧାନ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
