ଏଣିକି ଫୋନରେ ସିମ୍ ନଥିଲେ କାମ କରିବନି ହ୍ବାଟ୍ସଆପ

Oct 23, 2026 - 17:51
ଏଣିକି ଫୋନରେ ସିମ୍ ନଥିଲେ କାମ କରିବନି ହ୍ବାଟ୍ସଆପ

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରୁ ନୂଆ ନିୟମ । ଏଣିକି ହ୍ବାଟ୍ସଆପ ପାଇଁ ଲାଗୁ ହେବ ‘ସିମ୍ ବାଇଣ୍ତିଂ’ ନିୟମ । ତେବେ ନୂତନ ସାଇବର ସୁରକ୍ଷା ଲାଗୁ ହେବା ପରେ ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ଡ଼ିଭାଇସରେ ଆଉ ପୂର୍ବ ଭଳି କାମ କରିବନି ହ୍ବାଟ୍ସଆପ ।

ସୂଚନା ଅନୁଯାୟୀ, ସାଇବର ଠକେଇ ଓ ଫେକ୍ ଆକାଉଣ୍ଟ ରୋକିବା ପାଇଁ ସରକାର ଓ ଟେଲିକମ୍ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବାକୁ ଥିବା ‘ସିମ୍ ବାଇଣ୍ଡିଂ’ ନିୟମ ଅନୁଯାୟୀ, ଯେଉଁ ଫୋନ୍ ବା ଡିଭାଇସ୍‌ରେ ସମ୍ପୃକ୍ତ ସିମ୍ କାର୍ଡ ସକ୍ରିୟ ଥିବ, କେବଳ ସେହି ଫୋନ୍‌ରେ ହିଁ ହ୍ୱାଟ୍ସଆପ୍ ଚାଲିପାରିବ । ଯଦି ଆପଣ ଫୋନ୍‌ରୁ ସିମ୍ କାର୍ଡ କାଢ଼ି ଦେଉଛନ୍ତି କିମ୍ବା ୱାଇଫାଇ ସାହାଯ୍ୟରେ ଅନ୍ୟ ଡିଭାଇସ୍‌ରେ ସେହି ନମ୍ବର ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ହ୍ୱାଟ୍ସଆପ୍ କାମ କରିବ ନାହିଁ । ଏହା ଛଡ଼ା ପୁରୁଣା ଅପରେଟିଂ ସିଷ୍ଟମ୍ ଓ ଅଣ-ପଞ୍ଜୀକୃତ କିମ୍ବା କ୍ଲୋନ୍ କରାଯାଇଥିବା ସିମ୍ ରେ ସକ୍ରିୟ ଥିବା ହ୍ବାଟ୍ସଆପ ଆକାଉଣ୍ଟ ଉପରେ ଏହା ପ୍ରଭାବ ପଡ଼ିବ ।

ତେବେ ବ୍ୟାଙ୍କିଙ୍ଗ୍ ଆପ୍ ଭଳି ଏବେ ହ୍ୱାଟ୍ସଆପ୍ ମଧ୍ୟ ନିୟମିତ ଭାବେ ଡିଭାଇସ୍‌ରେ ଥିବା ସିମ୍‌କୁ ଭେରିଫାଏ କରିବ । ଆକାଉଣ୍ଟ ହ୍ୟାକ୍, ଠକେଇ ଓ ଫେକ୍ ପ୍ରୋଫାଇଲ୍ ରୋକିବା ନେଇ ଏହି ନିୟମ ଲାଗୁ କରାଯିବ । ତେଣୁ ନିଜ ସ୍ମାର୍ଟଫୋନ୍‌ରେ ସକ୍ରିୟ ସିମ୍ ନରଖିଲେ ଆଗାମୀ ଦିନରେ ହ୍ୱାଟ୍ସଆପ୍ ସେବା ବନ୍ଦ ହେବାର ସମ୍ଭାବନା ରହିଛି । ଏହି ନିୟମ ଲାଗୁ ହେଲେ ଅସ୍ଥାୟୀ ଭର୍ଚୁଆଲ୍ ନମ୍ବର ବ୍ୟବହାର କରି ନକଲି ଆକାଉଣ୍ଟ ଖୋଲୁଥିବା ଠକମାନଙ୍କ ଉପରେ ନଜର ରଖିବା ସହଜ ହୋଇଯିବ । ସିମ୍ କାର୍ଡ ବାହାର କରିଦେଲେ ହ୍ୱାଟ୍ସଆପ୍ ନିଜେ ନିଜେ ଲଗ୍-ଆଉଟ୍ ହୋଇଯିବ ।

 

 

 

 

 

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)