ଏଆଇ ଦ୍ବାରା ରୋଗ ଚିହ୍ନଟ

Nov 27, 2026 - 16:10
ଏଆଇ ଦ୍ବାରା ରୋଗ ଚିହ୍ନଟ

 

କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ନେଇ ରହିଥିବା ବିଭିନ୍ନ ଆଶଙ୍କା ସତ୍ତ୍ୱେ ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରଯୁକ୍ତିବିଦ୍ୟା ରୋଗୀଙ୍କ ସ୍କାନ୍ ରିପୋର୍ଟକୁ ଦକ୍ଷତାର ସହ ସମୀକ୍ଷା କରିବାରେ ସାହାଯ୍ୟ କରୁଛି । ସାଧାରଣତଃ ଦୃଷ୍ଟି ଏଡ଼ାଇ ଯାଉଥିବା ସୂକ୍ଷ୍ମ ଅସ୍ୱାଭାବିକତାକୁ ଚିହ୍ନଟ କରି ଫୁସଫୁସ କର୍କଟ ରୋଗକୁ ପ୍ରାଥମିକ ପର୍ଯ୍ୟାୟରେ ଧରିବାରେ ସହାୟକ ହେଉଛି । କନସଲଟାଣ୍ଟ ରେଡିଓଗ୍ରାଫର କର୍ଣ୍ଣିଲିୟସ୍ ମୁଶାମ୍ବିଙ୍କ ସୂଚନା ଅନୁଯାୟୀ  ଏଆଇ ଡାକ୍ତରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଆତ୍ମବିଶ୍ୱାସ ବଢ଼ାଉଥିଲେ ମଧ୍ୟ ଏହା ମାନବ ଦକ୍ଷତାର ବିକଳ୍ପ ନୁହେଁ । ତେବେ ଏଆଇ ଟୁଲ୍ ସ୍କାନ୍ ବିଶ୍ଳେଷଣ କରିବା ପରେ ରେଡିଓଲୋଜି ଟିମ୍ ଅଧିକ ତଦନ୍ତର ଆବଶ୍ୟକତା ଅଛି କି ନାହିଁ ତାହା ଆକଳନ କରେ । ଯାହାଫଳରେ ଗୁରୁତର ସ୍କାନଗୁଡ଼ିକୁ ପ୍ରାଥମିକତା ମିଳିବା ସହ ରୋଗୀ ଗୋଟିଏ ଦିନରେ ଏକ୍ସ-ରେ ଏବଂ ସିଟି ସ୍କାନ୍ ରିପୋର୍ଟ ପାଇପାରୁଛନ୍ତି । ତେବେ ଏଆଇ ଆଗାମୀ ୫ରୁ ୧୫ ବର୍ଷ ମଧ୍ୟରେ କର୍କଟ ସମେତ ଅଧିକାଂଶ ରୋଗର ନିରାକରଣ ଖୋଜି ବାହାର କରିବ ଏବଂ ଜୀବବିଜ୍ଞାନ କ୍ଷେତ୍ରରେ ଆବିଷ୍କାରର ଗତିକୁ ଅତିକମରେ ୧୦ ଗୁଣ ବଢ଼ାଇବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।  ସେହିପରି ପୂର୍ବରୁ ଗୁଗୁଲ୍ ଡିପମାଇଣ୍ଡ ସିଇଓ ଡେମିସ୍ ହାସାବିସ୍ ମଧ୍ୟ ମତ ଦେଇଥିଲେ ଯେ ଆର୍ଟିଫିସିଆଲ୍ ଜେନେରାଲ୍ ଇଣ୍ଟେଲିଜେନ୍ସ ଦୁରାରୋଗ୍ୟ ବ୍ୟାଧିର ଉପଶମ କରିବା ସହ ମାନବ ଆୟୁଷ ବୃଦ୍ଧି କରିବ । ଏହାସହ ୨୦୩୦ ସୁଦ୍ଧା ମାନବ ସମାଜ ଏକ ସୁବର୍ଣ୍ଣ ଯୁଗରେ ପ୍ରବେଶ କରି ମହାକାଶ ଯାତ୍ରା ଓ ଗାଲାକ୍ସିରେ ବସତି ସ୍ଥାପନ କରିବା ଦିଗରେ ଅଗ୍ରସର ହେବବୋଲି ସେ ମତ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)