ଆସୁଛି ଗଜଲକ୍ଷ୍ମୀ ପୂଜା, ଜୋରସୋରରେ ଚାଲିଛି ପ୍ରସ୍ତୁତି
ନନ୍ଦିଘୋଷ ବ୍ୟୁରୋ: ଆସୁଛି ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିବେ ମାଆ ଧନଦାତ୍ରୀ । ମାଆଙ୍କ ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । ଚଳିତ ବର୍ଷ ୪୧ ମଣ୍ଡପରେ ବିରାଜିବେ ମାଆ ଲକ୍ଷ୍ମୀ । ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ଜୋରଦାର ଚାଲିଛି ତୋରଣ ନିର୍ମାଣ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସେପଟେ ଗଜଲକ୍ଷ୍ମୀ ପୂଜା ନେଇ କେନ୍ଦ୍ରାପଡ଼ାରେ ଚାଲିଛି ଜୋରଦାର ପ୍ରସ୍ତୁତି । କେଉଁଠି ଚାଲିଛି ମଣ୍ଡପ ନିର୍ମାଣ, ତ ଆଉ କେଉଁଠି ଚାଲିଛି ରଙ୍ଗ ଓ ସାଜସଜ୍ଜା କାମ । ମା’ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସୁନ୍ଦର କାରୁକାର୍ଯ୍ୟ ଓ ଭଳିକି ଭଳି ତୋରଣରେ ସଜେଇ ହେଲାଣି କେନ୍ଦ୍ରାପଡ଼ା ସହର । ଚଳିତ ବର୍ଷ ଜିଲ୍ଲାର ୨୫୦ରୁ ଉର୍ଦ୍ଧ୍ଵ ସ୍ଥାନରେ ପୂଜା ପାଇବେ ମାଆ ଲକ୍ଷ୍ମୀ । ଭକ୍ତଙ୍କ ଭିଡ଼କୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା । ସେଥିପାଇଁ ଦିନରାତି କାମରେ ଲାଗି ପଡିଛନ୍ତି କାରିଗର ଓ ପୂଜା କମିଟି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
