ଆସୁଛନ୍ତି ମାଆ, ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ

Sep 24, 2026 - 18:30
ଆସୁଛନ୍ତି ମାଆ, ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ

କୋଣାର୍କ: ଆସୁଛନ୍ତି ମାଆ । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ । ଧୋବ ଫର ଫର କାଶତଣ୍ଡୀ ଫୁଲରେ ମହି ଦିଶୁଛି ଧବଳ । କେତେବେଳେ ଝୁଲି ଝୁଲି ଧରାକୁ ଛୁଁଉଛି ,ପୁଣି ଆକାଶକୁ ଚାହିଁ ଖିଲି ଖିଲି ହସୁଛି। ପୁରୀ ଜିଲ୍ଲା କାକଟପୁର, କୋଣାର୍କ, ଅସ୍ତରଙ୍ଗ ଅଞ୍ଚଳରେ କାଶତଣ୍ଡୀର ଶ୍ୱେତ ସମ୍ଭାର। ସୁନୀଳ ଆକାଶ ତଳେ ଦିଗବଳୟ ଯାଏ ବିସ୍ତାରିତ ଏହି ଶୁଭ୍ରତାକୁ ଦେଖି କ୍ଷଣିକ ପାଇଁ ଅଟକି ଯାଉଛି ବାଟୋଇ। ଆନମନା ହେଉଛି କବିର ମନ।  ବାସ୍ନା ନଥିଲେ ବି ତା ଅପରୂପ ସମସ୍ତଙ୍କୁ ବିମୋହିତ କରୁଛି। ଖିଲି ଖିଲି ହସୁଛି କାଶତଣ୍ଡୀ। ଖେଳୁଛି କୁମୁଦ କମଳ, ପୁରୀ ଜିଲ୍ଲାର ଦେବୀ ନଦୀ କୂଳ, ବିଲ ଓ ରାସ୍ତାକଡ଼ରେ ଧବଳ କାଶତଣ୍ଡୀର ସାମ୍ରାଜ୍ୟ। ପୁଲକିତ ଧରା, ହସୁଛି ଆକାଶ। ଶାରଦୀୟ ଦୁର୍ଗା ପୂଜାର ପ୍ରତୀକ କାଶତଣ୍ଡୀ। ସତେ ଯେମିତି ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ପ୍ରକୃତି ରାଣୀ ନିଜକୁ ସଜାଇ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)