ଆସିଲା ଟାଇଗରଙ୍କୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଫଟୋ, ପଲସରରେ ଆସିଲେ… ଲୋକାଲ ଟ୍ରେନରେ ଫେରାର…

Oct 19, 2026 - 09:02
ଆସିଲା ଟାଇଗରଙ୍କୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଫଟୋ, ପଲସରରେ ଆସିଲେ… ଲୋକାଲ ଟ୍ରେନରେ ଫେରାର…

ଆସିଲା ଟାଇଗରଙ୍କୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଫଟୋ, ପଲସରରେ ଆସିଲେ… ଲୋକାଲ ଟ୍ରେନରେ ଫେରାର…

ନନ୍ଦିଘୋଷ ବ୍ୟୁରୋ: ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣାରେ ଆସିଛି ବଡ଼ ଅପଡେଟ । ଟାଇଗରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଫଟୋ ପୋଲିସ ହାତରେ ଲାଗିଛି । ଘଟଣାର ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ଆକ୍ରମଣକାରୀ ପଲସର ବାଇକରେ ଆସି ଗୁଳିମାଡ଼ କରିବା ପରେ ଲୋକାଲ ଟ୍ରେନରେ ଫେରାର ହୋଇଯାଇଥିଲେ । ପୋଲିସ ସୂଚନା ଅନୁସାରେ ଆକ୍ରମଣକାରୀମାନେ ଘଟଣା ଭିଆଇବା ପରେ ପଲସର ବାଇକକୁ ଭିଲେପାରଲେ ରେଲଓ୍ବେ ଷ୍ଟେସନ ପାଖରେ ଛାଡି ଲୋକାଲ ଟ୍ରେନରେ ଫେରାର ହୋଇଯାଇଥିଲେ । ମୁମ୍ବାଇ ପୋଲିସ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଉକ୍ତ ପଲସର ବାଇକକୁ ଜବତ କରିଛି ।

ଘଟଣାକୁ ନେଇ ପୋଲିସ ଟାଇଗରଙ୍କ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି । ଗୁଳିମାଡ଼ରେ ଡ୍ରାଇଭର ସମେତ ଦୁଇ ଜଣ ଆହତ ହୋଇଛନ୍ତି । ଏବେ ହସ୍ପିଟାଲରେ ଡ୍ରାଇଭରଙ୍କ ଚିକିତ୍ସା ଚାଲିଛି ।

ଗତକାଲି ଅର୍ଥାତ ଅକ୍ଟୋବର ୧୮ରେ ଟାଇଗର ଫଉଟବଲ ଖେଳି ନିଜ କାରରେ ଫଷରୁଥିବା ବେଳେ ପ୍ରଶଂସକଙ୍କୁ ଅଭିବାଦନ ଦେଉଥିଲେ । ଏହି ସମୟରେ ତିନି ଜଣ ଅଜ୍ଞାତ ବ୍ୟକ୍ତି ବାଇକରେ ଆସି ଗୁଳିମାଡ଼ କରିବା ସହ ଫେରାର ହୋଇଯାଇଥିଲେ ।

ଟାଇଗରଙ୍କ ଉପରେ ଆକ୍ରମଣ କରିଥିବା ନେଇ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ଅନିଲ ପଣ୍ଡିତ ଏବଂ ହରମନ ସିନ୍ଧୁ ଦାବି କରିଛି । ଏହାସହ ସଲମାନ ଖାନଙ୍କ ସହ କାମ କରୁଥିବା ଲୋକଙ୍କ ଅବସ୍ଥା ଏମିତି ହେବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ଦାବିର ସତ୍ୟାସତ୍ୟ ଏବେ ଜଣାପଡିନି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସଲମାନ ଖାନ ଏବଂ ରୋହିତ ସେଠୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ସେତେବେଳେ ବି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)