ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ଟକ୍କର !

Nov 01, 2026 - 08:52
ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ଟକ୍କର !

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ରୋମାଞ୍ଚକର ଟି-୨୦ ସିରିଜ୍ ର ଆଜି ହେଉଛି ଶେଷ ମୁକାବିଲା । ଏହି ମ୍ୟାଚ୍ ଆଜି ହାମିଲଟନଠାରେ ଖେଳାଯିବ। କ୍ୟାପଟେନ୍ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ତିନୋଟି ମ୍ୟାଚ୍ କ୍ରମାଗତ ଭାବେ ଜିତି ସିରିଜ୍‌କୁ ପୂର୍ବରୁ ହିଁ ନିଜ ନାମରେ କରିସାରିଛି । ତେବେ ବିଜୟ ରଥରେ ଆଗକୁ ବଢ଼ୁଥିବା ଟିମ୍ ଇଣ୍ଡିଆକୁ ଅକଲ୍ୟାଣ୍ଡରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଏକ ବଡ଼ ଝଟ୍‌କା ଲାଗିଥିଲା ।ଘରୋଇ ନ୍ୟୁଜିଲାଣ୍ଡ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚତୁର୍ଥ ମ୍ୟାଚ୍‌କୁ ୮୭ ରନ୍‌ରେ ଜିତି ନେଇଥିଲା ।ଆଜି ହେବାକୁ ଥିବା ପଞ୍ଚମ ମ୍ୟାଚ୍‌ରେ ଭାରତ ଗତ ମ୍ୟାଚ୍‌ର ଭୁଲକୁ ସୁଧାରି ୪-୧ ବ୍ୟବଧାନରେ ବିଜୟ ସହ ସିରିଜ୍ ଶେଷ କରିବାକୁ ପଡ଼ିଆକୁ ଓହ୍ଲାଇବ । ସେଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ପ୍ଲେଇଙ୍ଗ୍-୧୧ରେ କିଛି ପରିବର୍ତ୍ତନ କରିବାକୁ ବିଚାର କରିପାରନ୍ତି । ବିଶେଷକରି ଓପନର୍ ସଞ୍ଜ ସାମସନଙ୍କ ଜାଗାରେ ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇପାରେ । ସିରିଜର ପ୍ରଥମ ମ୍ୟାଚ୍ ରେ ୬୭ ରନ୍ ର ଚମତ୍କାର ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ଏହା ପରଠାରୁ ଲଗାତାର ଭାବେ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ଗତ ତିନୋଟି ମ୍ୟାଚରେ ସେ ଯଥାକ୍ରମେ ୧୪,୧୮ ଏବଂ ୪ ରନ୍ କରିପାରିଥିଲେ । ଏପରି ସ୍ଥିତିରେ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିପାରେ ।

ଅନ୍ୟପଟେ ନିଜ ମାଟିରେ ସମ୍ମାନ ରକ୍ଷା କରିବା ପାଇଁ ବ୍ଲାକକ୍ୟାପ୍ସ ଦଳ ପୁଣି ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିବ।  ତେବେ ମ୍ୟାଚ୍ ପାଇଁ ହାମିଲଟନରେ ପାଗ ମୁଖ୍ୟତଃ ଅନୁକୂଳ ରହିବ ବୋଲି ଆଶା କରାଯାଉଛି । ବର୍ଷା ହେବାର ସମ୍ଭାବନା ଖୁବ କମ ଥିବାରୁ ପୂରା ୪୦ ଓଭର ବିଶିଷ୍ଟ ମ୍ୟାଚ୍ ହେବ ବୋଲି ଆଶା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)