ଅଲୋଡ଼ା ଅବସ୍ଥାରେ କୋଟି କୋଟି ଟଙ୍କାରେ ର୍ନିମିତ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍

Oct 28, 2026 - 19:05
ଅଲୋଡ଼ା ଅବସ୍ଥାରେ କୋଟି କୋଟି ଟଙ୍କାରେ ର୍ନିମିତ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଟଙ୍କାରେ ର୍ନିମାଣ ହେଲା ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍ । ହେଲେ ନିର୍ମାଣର ଏତେ ବର୍ଷ ପରେ ବି ଉଦଘାଟନ ହୋଇପାରୁନଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପ୍ରକଳ୍ପ ସବୁ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି । କାମରେ ଲାଗୁନି କଟକ ସହରର ବିଭିନ୍ନ ଅଂଚଳରେ ଛୋଟ ବଡ଼ ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହୋଇଥିବା ବଡ଼ ବଡ଼ ମାର୍କେଟ କମ୍ପ୍ଲେକ୍ସ ଓ ଏକାଧିକ ଭେଣ୍ଡିଂ ଜୋନ ।

ସୂଚନା ଅନୁଯାୟୀ, କଟକ ସହରର ସିଡିଏ ୯ ନମ୍ବରରେ ଦୁଇ ମାସ ତଳେ ମିଲେନିୟମ୍ ସିଟି ମାର୍କେଟ କମ୍ପ୍ଲେକ୍ସ ନାମରେ ଏକ ସୁନ୍ଦର ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ ହୋଇଥିଲା। ଆଉ ଦୁଇ ମାସ ପରେ ଏହା କୌଣସି କାମରେ ଆସୁନି ।  ସେହିଭଳି ସିଡିଏ ୮ ନମ୍ବର ଗଡା ଭେଣ୍ଡିଂ ଜୋନ, କେଶରପୁର ଭେଣ୍ଡିଂ ଜୋନ, ମେରିଆ ବଜାର ଭେଣ୍ଡିଂ ଜୋନ, ମାତାମଠ ଭେଣ୍ଡିଂ ଜୋନ, ମାତୃଭବନ ସାମନା ଭେଣ୍ଡିଂ ଜୋନ ଭଳି ୭-୮ ଟି କମ୍ପ୍ଲେକ୍ସ ଚାରି ଛଅ ମାସ ହେବ ଉଦଘାଟିତ ହୋଇ ଧୂଳି ଖାଉଛି । କୋଟି କୋଟି ଟଙ୍କା ବ୍ୟୟବରାଦ ରେ କାମ ସରିଥିଲେ ସୁଦ୍ଧା ଏବେ ଏ ସବୁ କି କାମରେ ଲାଗୁଛି ବୋଲି ଲୋକ ପ୍ରଶ୍ନ ଉଠାଇଛନ୍ତି। ସେପଟେ ସଠିକ ବ୍ୟବସାୟୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ପାଇଁ ଟିକେ ବିଳମ୍ବ ହେଉଛି ବୋଲି କଟକ ମେୟର କହିଛନ୍ତି । ସେ ଆଉ କହିଛନ୍ତି, ‘ଦୋକାନ ଓ ଭେଣ୍ଡିଂ ଜୋନ ଠିକ୍ ବ୍ୟବସାୟୀ ପାଆନ୍ତୁ ବୋଲି ଲକ୍ଷ୍ୟ ରହିଛି । ଏବେ ଫୁଡକୋର୍ଟ ଖୋଲି ଭଲରେ ଚାଲିଛି । ରାଣୀହାଟ ମାର୍କେଟ କମ୍ପ୍ଲେକ୍ସ ବଣ୍ଟନ ଆରମ୍ଭ ହୋଇଛି । ଟିକେ ସମୟ ଲାଗୁଛି, ସବୁ ଶୀଘ୍ର ଖୋଲିଯିବ’।

ତେବେ ମାର୍କେଟ କମ୍ପ୍ଲେକ୍ସ ହେଉ ବା ଭେଣ୍ଡିଂ ଜୋନ, ବନ୍ଦ ପଡିଲେ ସବୁ ନଷ୍ଟଭ୍ରଷ୍ଟ ହୋଇଯିବ। ପ୍ରଶାସନ ଏନେଇ ଦୃଷ୍ଟି ଦେଲେ ବ୍ୟସାୟୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)