ଅଭିନୟ ଜଗତରେ ଶୋକ: ପରଲୋକରେ ପ୍ରସିଦ୍ଧ ଅଭିନେତା ନାନା ପାଟେକର

Oct 08, 2026 - 09:41
ଅଭିନୟ ଜଗତରେ ଶୋକ: ପରଲୋକରେ ପ୍ରସିଦ୍ଧ ଅଭିନେତା ନାନା ପାଟେକର

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସିନେମା ଜଗତ ପାଇଁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରଖ୍ୟାତ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ସମାଜସେବୀ ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ହୃଦଘାତ ଯୋଗୁଁ ପରଲୋକ ହୋଇଛି। ଗୋଆର ଦୋନା ପାଉଲାସ୍ଥିତ ନିଜ ବାସଭବନରେ ସେ ଅଚେତ ଅବସ୍ଥାରେ ମିଳିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଏହି ଆକସ୍ମିକ ବିୟୋଗରେ ହିନ୍ଦୀ ଏବଂ ମରାଠୀ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।

ନିଜର ଦମଦାର ଅଭିନୟ ଶୈଳୀ ଓ ସଂଳାପ ପରିବେଷଣ ପାଇଁ ଜଣାଶୁଣା ନାନା ପାଟେକର ୧୯୭୮ ମସିହାରେ ‘ଗମନ’ ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୪ ଦଶନ୍ଧିରୁ ଅଧିକ ସମୟର ଏହି ଦୀର୍ଘ ଯାତ୍ରାରେ ସେ ଫିଲ୍ମଫେୟାର୍ ପୁରସ୍କାର ଇତିହାସରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଏବଂ ଶ୍ରେଷ୍ଠ ଖଳନାୟକ, ଏହି ତିନୋଟିଯାକ ବର୍ଗରେ ପୁରସ୍କାର ଜିତିବାରେ ଏକମାତ୍ର ଭାରତୀୟ ଅଭିନେତା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି।

ସିନେମା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ୧୯୮୯ରେ ‘ପରିନ୍ଦା’ ଫିଲ୍ମ ସମେତ ‘କ୍ରାନ୍ତିବୀର’ ଏବଂ ‘ଅଗ୍ନି ସାକ୍ଷୀ’ ପାଇଁ ସେ ମୋଟ ୩ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ତାଙ୍କ ନିଜ ନିର୍ଦ୍ଦେଶିତ ‘ପ୍ରହାର’ ସହିତ ‘ଅବ ତକ ଛପନ’, ‘ୱେଲକମ’, ‘ରାଜନୀତି’ ଏବଂ ‘ନଟସମ୍ରାଟ’ ଭଳି ଚଳଚ୍ଚିତ୍ରଗୁଡ଼ିକ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ସଫଳତା। ତେବେ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନିଜର ସାଧାରଣ ଜୀବନଶୈଳୀ ଓ ସମାଜସେବା ପାଇଁ ସେ ସଦାସର୍ବଦା ଦର୍ଶକଙ୍କ ହୃଦୟରେ ଅମର ରହିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)