୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

Jun 13, 2026 - 05:49
୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ରାଜ୍ୟର ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ରାଜସ୍ୱ ପ୍ରଶାସନ ଓ ଜଳସମ୍ପଦ କ୍ଷେତ୍ରରେ ଏହି ପ୍ରସ୍ତାବଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ।

କ୍ୟାବିନେଟରେ ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୧ଟି, ରାଜସ୍ୱ ବିଭାଗର ୧ଟି ଏବଂ ପର୍ଯ୍ୟଟନ ବିଭାଗର ୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରାୟ ୨,୦୦୦ କୋଟି ଟଙ୍କା ବ୍ୟୟରେ ଦୁଇଟି ନୂତନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏଥିସହ ହସ୍ପିଟାଲିଟି ଇନଫ୍ରାଷ୍ଟ୍ରକ୍ଚର ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା ରାଜ୍ୟରେ ବୃହତ୍ ପର୍ଯ୍ୟଟନ ନିବେଶକୁ ଆକର୍ଷିତ କରିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।