ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

Jul 28, 2026 - 18:49
ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ ୫ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ପାଲଲହଡ଼ା-ତେଲକୋଇ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି।

ଅନ୍ୟପକ୍ଷେ ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ନଦୀ। ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଛି। ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ବିପଦ ସଂକେତ ୧୮.୩୩ ମି. ଟପିଥିଲା। ଏନେଇ ବୈତରଣୀରେ ଏକ ପ୍ରକାର ବନ୍ୟା ଆସିବା ସଂକେତ ଦେଖାଦେଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।