୧୫ କୋଟି ବର୍ଷର ଜୀବାଶ୍ମ
ଥାଇଲ୍ୟାଣ୍ଡରୁ ବୈଜ୍ଞାନିକଙ୍କୁ ଏକ ଅଦ୍ଭୁତପୂର୍ବ ଜୀବାଶ୍ମ ମିଳିଛି । ଏହି ଜୀବାଶ୍ମଟି ପ୍ରାୟ ୧୫୦ ମିଲିୟନ୍ ବା ୧୫ କୋଟି ବର୍ଷ ପୂର୍ବେ ବାସ କରୁଥିବା ଏକ ନୂଆ ପ୍ରଜାତିର ଶାକାହାରୀ ଡାଇନୋସରର ବୋଲି ଚିହ୍ନଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଦେଶର ଉତ୍ତର-ପୂର୍ବରେ ଅବସ୍ଥିତ କାଲାସିନ ପ୍ରଦେଶର 'ଫୁ ନୋଇ' ନାମକ ଏକ ସ୍ଥାନରୁ ଏହି ଜୀବାଶ୍ମ ମିଳିଛି, ଯାହାର ନାମ ‘ଉରାଗାସରସ କାଲାସିନେନସିସ୍’ ରଖାଯାଇଛି । ଏହି ଡାଇନୋସରର ବେକ ଅତି ଅସାଧାରଣ ଭାବେ ଲମ୍ବା ଥିଲା ଏହାର ଲମ୍ବ ପ୍ରାୟ ପ୍ରାୟ ୨୦ ମିଟର ରହିଥିଲା, ଯାହା ଏକ କ୍ରିକେଟ୍ ପିଚ୍ ସଦୃଶ । ଏହି ଅଧ୍ୟୟନର ମୁଖ୍ୟ ତଥା ଥାଇଲ୍ୟାଣ୍ଡର ମହାସାରାଖମ ବିଶ୍ୱବିଦ୍ୟାଳୟର ଡକ୍ଟର ଅପିରୁତ ନିଲପାନାପନଙ୍କ ଅନୁଯାୟୀ, ୨୦୦୮ ମସିହାରେ ଜଣେ ସ୍ଥାନୀୟ ବ୍ୟକ୍ତି ସାପ କାତି ଭଳି ଦେଖାଯାଉଥିବା କିଛି ପଥର ପାଇବା ପରେ ଏହି ସ୍ଥାନର ସନ୍ଧାନ ମିଳିଥିଲା । ସିଟି ସ୍କାନରୁ ଜଣାପଡ଼ିଛି ଯେ ଏହି ଜୀବାଶ୍ମଟି ମାମେନଚିସୋରିଡେ ପରିବାରର। ଯାହାର ଅଧିକାଂଶ ପ୍ରଜାତି ଚାଇନାରେ ମିଳିଥିବା ବେଳେ ଥାଇଲ୍ୟାଣ୍ଡରେ ଏହା ପ୍ରଥମ । ଏହାର ପିଠିର ହାଡ଼ରେ ‘ୱାଇ’ ଆକୃତିର ଏକ ସ୍ୱତନ୍ତ୍ର ଏୟାର-କ୍ୟାଭିଟି ବାୟୁ-କୋଠରୀ ଗଠନ ଦେଖିବାକୁ ମିଳିଛି । ଯାହା ବିଶ୍ୱର ଅନ୍ୟ କୌଣସି ଡାଇନୋସରଠାରେ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।