ମଧୁରୁୁଚି
ସାମଗ୍ରୀ
ଦହି ୧ କପ୍ (ବହଳା କିମ୍ବା କପଡ଼ାରେ ଛଣା ହୋଇଥିବା ଦହି), ଫଳ ୧ କପ୍ ଛୋଟଛୋଟ କଟାଯାଇଥିବା ସେଓ, ନଡିଆ କୋରା, ନାସପାତି, କିସମିସ, ଅଙ୍ଗୁରକୋଳି ମରିଚ ଗୁଣ୍ଡ, ଛେଚା ଅଦା, ଡାଳିମ୍ବ ମଞ୍ଜି, ଗୁଡ ସ୍ବାଦ ଅନୁସାରେ, ହେଙ୍ଗୁ ।
ପ୍ରଣାଳୀ
ଏହି ପାରମ୍ପରିକ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ୧ କପ୍ ବହଳା କିମ୍ବା ଛଣା ଦହି ନେଇ ତାହା ଚିକ୍କଣ ହେବା ପର୍ଯ୍ୟନ୍ତ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଏହାପରେ ସେଥିରେ ୨ ଚାମଚ ଗୁଡ଼, ଅଳ୍ପ ଲୁଣ, ଅଧ ଇଞ୍ଚ ଛେଚା ଅଦା, ଅଧ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଅଳ୍ପ ହେଙ୍ଗୁ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣ ପ୍ରସ୍ତୁତ ହେବା ପରେ, ସେଥିରେ ଅଧ କପ କଟାଯାଇଥିବା ସମସ୍ତ ଫଳ ମିଶାନ୍ତୁ। ଏବେ ଏଥିରେ ଛୋଟ ପ୍ୟାନରେ ଘିଅ ଜିରା ଫୁଟଣ କରି ପକାନ୍ତୁ । ଶେଷରେ ନଡିଆ କୋରା ଓ ଡାଳିମ୍ବ ମଞ୍ଜି ପକାଇ ପ୍ରସ୍ତୁତ କରନ୍ତୁ ମଧୁରୁଚି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।