ବହି ବିଭ୍ରାଟ ,ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଜେରା

Jul 14, 2026 - 16:14
ବହି ବିଭ୍ରାଟ ,ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଜେରା

ଭୁବନେଶ୍ୱର : ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଆକ୍ସନ ମୁଡ଼ରେ ରାଜ୍ୟ ସରକାର । ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ଏସସିଇଆରଟିର ନିର୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଆଜି ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍ ବ୍ରାଞ୍ଚ ଡିଆଇଜି ବାତୁଲା ଗଙ୍ଗାଧର । 

ପୂର୍ବରୁ ନିଲମ୍ବିତ ହୋଇଥିଲେ ମନୋଜ । ପାଠ୍ୟ ପୁସ୍ତକ ତ୍ରୁଟିର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଯେଉଁ ଭଳି ତ୍ରୁଟି ହୋଇଛି ଏବଂ କ୍ରାଇମବ୍ରାଞ୍ଚ ଲଗାଇଥିବା ବିଏନଏସ ଧାରା ୩୧୬(୫) ଏକ ଧର୍ତ୍ତବ୍ୟ ଅପରାଧ ଓ ଏଥିପାଇଁ ୧୦ ବର୍ଷର ସଜା ରହିଛି । ତେଣୁ କ୍ରାଇମବ୍ରାଞ୍ଚ ମନୋଜ ପାଢ଼ୀଙ୍କୁ ଗିରଫ କରିବାର ସମ୍ଭାବନା ବହୁତ ରହିଛି । ତାଙ୍କ ସହିତ ସାମିଲ ଥିବା ଓ ସରକାରଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଡାକି ପଚରାଉଚୁରା କରିବ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ସମନ କରି ଡାକିବ କ୍ରାଇମବ୍ରାଞ୍ଚ । ଏହି ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ମୁଖ୍ୟ ତଦନ୍ତକାରୀ ଅଧିକାରୀ ନିଯୁକ୍ତ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କ୍ରାଇମବ୍ରାଞ୍ଚ ଏସପି ବିବେକାନନ୍ଦ ଶର୍ମା ଅନୁଧ୍ୟାନ କରିବେ। 

ଏହା ବ୍ୟତୀତ ପାଠ୍ୟ ପୁସ୍ତକ ପ୍ରସ୍ତୁତି, ବିଷୟ ବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଓ ବଣ୍ଟନ ପର୍ଯ୍ୟନ୍ତ ଜଡିତ ଥିବା ଲୋକମାନଙ୍କୁ ତଦନ୍ତରେ ସାମିଲ କରିବ କ୍ରାଇମବ୍ରାଞ୍ଚ । ଲଗା ଯାଇଥିବା ଦଫା ବ୍ୟତୀତ ଆହୁରି ଅଧିକ ଦଫା ଲଗାଇପାରେ କ୍ରାଇମବ୍ରାଞ୍ଚ । ମନୋଜ ପାଢ଼ୀଙ୍କ ବୟାନକୁ ଭିତ୍ତି କରି ଏଥିରେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢ଼ାଇ ପାରେ କ୍ରାଇମବ୍ରାଞ୍ଚ । ପୁସ୍ତକ ପ୍ରକାଶନ ପଛରେ ଏକ ବଡ଼ ଅପରାଧିକ ଦିଗ ରହିଥିବାରୁ ସମସ୍ତ ଦିଗକୁ ତର୍ଜମା ଓ ତଦନ୍ତ ପରିସର କରି କ୍ରାଇମବ୍ରାଞ୍ଚ ସମସ୍ତ ଦୋଷୀଙ୍କୁ ଧରିବାରେ ସକ୍ଷମ ହେବ ବୋଲି କହିଛନ୍ତି ଆଇନଜୀବୀ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।