୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

Aug 11, 2026 - 17:54
୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥର ମରାମତି ଦାବିରେ ୧୨ ଘଣ୍ଟିଆ ଵିରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବ ବୀରମିତ୍ରପୁର ସହରରେ ପଡ଼ିଛି । ଜାତୀୟ ରାଜପଥ ଅବରୋଧ ଯୋଗୁଁ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ବୀରମିତ୍ରପୁର ସହରରେ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଓ ବୀରମିତ୍ରପୁର ବାସିନ୍ଦା ବନ୍ଦ ଡାକରା ଦେଇଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଵିରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କି ବନ୍ଦକୁ ସମର୍ଥନ କରି ରାସ୍ତାରୋକ ଆନ୍ଦୋଳନରେ ସାମିଲ ହୋଇ ତୁରନ୍ତ ଜାତୀୟ ରାଜପଥ ମରାମତି କରିବା ପାଇଁ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media