୧୦ ମିନିଟ୍ ପାଇଁ ବନ୍ଦ ହୋଇ ଗଲା ହାର୍ଟ ... ତାଙ୍କୁ ୩ ବର୍ଷ ପୂର୍ବେ ହୃଦଘାତ ହୋଇଥିବା କହିଲେ ଶ୍ରେୟସ ତଲପଡେ
ମୁମ୍ୱାଇ : ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେ ଗତ ୨୦ ବର୍ଷରୁ ଅଧିକ ସମୟ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ସେ ଲୋକଙ୍କର ବହୁତ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ " ୱେଲକମ୍ ଟୁ ଦ ଜଙ୍ଗଲ" ଫିଲ୍ମରେ ନଜର ଆସି ଥିଲେ, ଯାହା ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇ ଥିଲା। ଫିଲ୍ମରେ ଶ୍ରେୟଙ୍କର ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ। ଏହି ଫିଲ୍ମର ସୁଟିଂ ବେଳେ ଶ୍ରେୟସ ତଲପଡେଙ୍କ ସହ ଏକ ବଡ଼ ଦୁର୍ଘଟଣା ମଧ୍ୟ ଘଟି ଥିଲା। ଡିସେମ୍ୱର ୨୦୨୩ରେ ତାଙ୍କୁ କାର୍ଡିଆକ୍ ଆରେଷ୍ଟ ଆସି ଥିଲା। ଯେଉଁଥି ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।କୁହାଯାଏ ଯେ, ତାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଟିଂ ବେଳେ କିଛି ମାତ୍ରାରେ ଖରାପ ହେବାରେ ଲାଗି ଥିଲା। ତାଙ୍କ ପତ୍ନୀ ତାଙ୍କୁ ହସ୍ପିଟାଲ ନେଇ ଯାଉଥିଲେ, ସେତେବେଳେ ସେ ବେହୋସ ହୋଇ ଗଲେ। ପରେ ତାଙ୍କୁ କୌଣସି ପ୍ରକାରେ ଚେଷ୍ଟା କରି ହୋସକୁ ଅଣାଗଲା ଏବଂ ତାଙ୍କର ସର୍ଜରୀ କରାଗଲା।
ନିକଟରେ ଶ୍ରେୟସ ତଲପଡେ ଏହି ପୂରା ଘଟଣାକୁ ପୁଣି ଥରେ ମନେପକାଇ ଥିଲେ। କର୍ଲି ଟେଲ୍ସର ୟୁଟ୍ୟୁବ୍ ଚ୍ୟାନେଲରେ ଅଭିନେତା କହିଥିଲେ , ଏହା ତାଙ୍କର ଦ୍ୱିତୀୟ ଜୀବନ,ତାଙ୍କୁ ମିଳିଛି। ଏହି ଦୁର୍ଘଟଣା ପରେ ସେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ କରିଛନ୍ତି। ଶ୍ରେୟସ କହିଛନ୍ତି , ସେ ସମୟ ମୋର ଓ ମୋ ପରିବାର ପାଇଁ ଖୁବ୍ ମୁସ୍କିଲ ଓ ଦୁଃଖପୂର୍ଣ୍ଣ ଥିଲା। ଏହାପରେ ମୋ ଜୀବନରେ ପରିବର୍ତ୍ତନ ଆସିଲା। ପୂର୍ବରୁ ମୁଁ କାମକୁ କେବଳ ଗୁରୁତ୍ତ୍ୱ ଦେଉ ଥିଲି। ମୋ ପାଇଁ ମୋ କାମ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା , ମୁଁ କହୁ ଥିଲି ମୋତେ କାମ କରିବାର ଅଛି, ହେଲେ ମୋ ପରିବାରକୁ ମଧ୍ୟ କ୍ୱାଲିଟି ଟାଇମ୍ ଦେବାର ଅଛି ବୋଲି ଭାବି ନଥିଲି। କିନ୍ତୁ ସେହି ଗୋଟେ କ୍ଷଣରେ ସବୁ କିଛି ହେଲା , ସେହି ୧୦ ମିନିଟରେ ଯେବେ ମୁଁ ଟେକ୍ନିକାଲି ମରି ଯାଇ ଥିଲି। ମୋ ହୃଦୟର ସ୍ପନ୍ଦନ ୧୦ ମିନିଟ୍ ପାଇଁ ଥମି ଯାଇଥିଲା। ସେମାନଙ୍କୁ ମୋତେ ପୁନର୍ଜୀବିତ କରିବାକୁ ପଡିଥିଲା, ଯାହା ଆପଣ ଫିଲ୍ମରେ ଦେଖନ୍ତି, ସେମାନେ ମୋତେ CPR ଦେଲେ, ତା’ପରେ ଇଲେକ୍ଟ୍ରିକ୍ ଶକ୍ ଦେଇ ମୋ ହାର୍ଟର ସ୍ପନ୍ଦନକୁ ଫେରାଇ ଆଣିଥିଲେ।
ଆହୁରି ମଧ୍ୟ ପଢନ୍ତୁ - 'ସତଲୁଜ'କୁ ଓଟିଟିରୁ ହଟେଇବା ପ୍ରସଙ୍ଗ, ଅନ୍ନୁ କପୁର କହିଲେ – କାନ୍ଦୁଛନ୍ତି କାହିଁକି ? ସମସ୍ୟା ହେଉଛି ତ କୋର୍ଟଙ୍କ ପାଖକୁ ଯାଅ
ଶ୍ରେୟସ ତଲପଡେଙ୍କ କହିବାନୁସାରେ , ତାଙ୍କୁ କାର୍ଡିଆକ୍ ଆରେଷ୍ଟ ତାଙ୍କ ଗାଡ଼ିରେ ଆସିଥିଲା। ତାଙ୍କ ପତ୍ନୀ ତାଙ୍କୁ ସେହି ସମୟରେ ହସ୍ପିଟାଲ ନେଇ ଯାଇଥିଲେ। ହସ୍ପିଟାଲରେ ସେହି ୧୦ ମିନିଟର ସଂଘର୍ଷ ତାଙ୍କୁ ଶିଖେଇ ଥିଲା , ତାଙ୍କର କାମ ଜୀବନରେ ସବୁକିଛି ନୁହେଁ, ଏବେ ସେ ତାଙ୍କ ପରିବାରକୁ ଅଧିକରୁ ଅଧିକ ସମୟ ଦେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।