ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ
ଲଡର୍ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍ ଖେଳି ୧୭ଟି ଚୌକା ସହାୟତାରେ ୧୩୨ ରନ୍ କରି କ୍ରିଜ୍ରେ ରହିଛନ୍ତି। ଏପରିକି ରୋହିତ ଲର୍ଡସରେ ଶତକ ମାରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି।
ଅନ୍ୟପକ୍ଷେ ଅବସର ସମ୍ପର୍କିତ ଆଲୋଚନା ମଧ୍ୟରେ ହିଟମ୍ୟାନ ୧୫ଟି ଚୌକା ସାହାଯ୍ୟରେ ଶତକ ପୂରଣ କରି ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି। ସେ ୮୪ ବଲରେ ୧୧ଟି ଚୌକା ଏବଂ ୪ଟି ଛକା ମାରି ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ।
ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୮୭/୩ ରନ୍ କରିଛି। ମେନ ଇନ ବ୍ଲୁ ଏହି ଟାର୍ଗେଟକୁ ପିଛା କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମ ଇନିଂସ ପରେ, ଟିମ ଇଣ୍ଡିଆ ଜିତିବା ଅସମ୍ଭବ ମନେ ହେଉଥିଲା, କିନ୍ତୁ ରୋହିତଙ୍କ ଶତକ ମ୍ୟାଚ୍ ବିଜୟ ନେଇ ଆଶା ସଞ୍ଚାର କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।