ହାଇଡ୍ରୋଜେନ୍‌ ହେଉଛି ପରିବହନ ଶିଳ୍ପର ଭବିଷ୍ୟତ

Jul 10, 2026 - 20:47
ହାଇଡ୍ରୋଜେନ୍‌ ହେଉଛି ପରିବହନ ଶିଳ୍ପର ଭବିଷ୍ୟତ

ଗାନ୍ଧୀନଗର: ଇଥାନଲ ମିଶା ପେଟ୍ରୋଲ୍‌କୁ ନେଇ ଦେଶରେ ଚର୍ଚ୍ଚା ଥମୁ ନଥିବା ଭଳି ଏକ ସମୟରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଉ ଏକ ନୂଆ ଇନ୍ଧନ ଆସୁଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ହାଇଡ୍ରୋଜେନ୍‌ ହେଉଛି ପରିବହନ ଶିଳ୍ପର ଭବିଷ୍ୟତ। ଦେଶର ୧୦ଟି ରୁଟ୍‌ରେ ତାହାର ପରୀକ୍ଷଣ ଚାଲିଛି।

ସେ କହିଛନ୍ତି, ଭୁବନେଶ୍ବର-କୋଣାର୍କ-ପୁରୀ ସମେତ ନୋଏଡା-ଦିଲ୍ଲୀ-ଆଗ୍ରା, ଅହମଦାବାଦ-ବଡୋଦରା-ସୁରତ, ସାହିଦାବାଦ-ଫରିଦାବାଦ-ଦିଲ୍ଲୀ, ପୁନେ-ମୁମ୍ବାଇ, ଜାମସେଦପୁର-କଳିଙ୍ଗନଗର, ଥିରୁବନନ୍ତପୁରମ-କୋଚି, କୋଚି-ଇଡାପାଲି, ଜାମନଗର-ଅହମଦାବାଦ ଓ ବିଶାଖାପାଟଣା-ବୟବରମ ରୁଟ୍‌ରେ ଏହି ଇନ୍ଧନର ପରୀକ୍ଷଣ ହେଉଛି।

ଦେଶରେ ଆବଶ୍ୟକ ସଂଖ୍ୟକ ବସ୍‌ ତିଆରି ହେଉନଥିବାରୁ ଗଡ଼କରୀ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ବର୍ଷକୁ ୩ ଲକ୍ଷ ବସ୍‌ ଦରକାର ହେଉଛି। କିନ୍ତୁ ଚିନ୍ତାର ବିଷୟ ଏହା ହେଉଛି ଦେଶ ଭିତରେ ୭୦-୮୦ ହଜାର ବସ୍‌ ହିଁ ତିଆରି ହୋଇପାରୁଛି। ଲିଥିୟମ୍‌ ଆୟନ ବ୍ୟାଟେରି ମୂଲ୍ୟରେ ହୋଇଥିବା ହ୍ରାସର ଲାଭ ଗ୍ରାହକମାନଙ୍କୁ ଦେବା ଲାଗି ସେ ଇଲେ‌କ୍ଟ୍ରିକ୍‌ ବସ୍‌ ନିର୍ମାତାମାନଙ୍କୁ ଆହ୍ବାନ ଦେଇଛନ୍ତି। ବସ୍‌, ଟ୍ରକ୍‌ ଓ କାର୍‌ ଚାର୍ଜିଂ ପାଇଁ ରହିଥିବା ୨୦ ଟଙ୍କାର ମୂଲ୍ୟ ଯଥେଷ୍ଟ ଅଧିକ। ତାହା କମ୍‌ କରିବା ଉପରେ ସରକାର କାମ କରୁଛନ୍ତି ବୋଲି ଗଡ଼କରୀ କହିଛନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।