ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍

Jul 09, 2026 - 21:14

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା।

ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଗୁରୁବାର ପୂର୍ବାହ୍ନ ୧୧ଟା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପ୍ରଥମ ଦିନ ପର୍ଯ୍ୟାୟକ୍ରମେ ୧ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁସାରେ, ପୂଜାପାଠ ପରେ ପ୍ରଥମେ ୭ ନମ୍ବର ଫାଟକ ଓ ପରେ କ୍ରମାନ୍ବୟରେ ୪ଟି ଗେଟ୍‌ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ମୋଟ ୦୪ ସ୍ଲୁଇସ୍ ଗେଟ୍ ଖୋଲା ରହିବ। (ବାମ ୦୩ + ଡାହାଣ ୦୧)।
ହୀରାକୁଦ ନଦୀବନ୍ଧରେ ୨ ଦିନଭିତରେ ଜଳସ୍ତର ୯ଫୁଟ୍‌ ବୃଦ୍ଧି ପାଇଛି। ୬ ତାରିଖ ସକାଳେ ନଦୀବନ୍ଧର ଜଳସ୍ତର ୬୦୩ ଫୁଟ୍‌ ଥିବା ବେଳେ ପ୍ରାୟ ୪୬ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରିଥିଲା କିନ୍ତୁ ବୁଧବାର ସନ୍ଧ୍ୟା ୬ଟାରେ ୬୧୨.୯୭ଫୁଟ୍‌ ଜଳସ୍ତର ରହିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।