ଚଳିତ ମାସ ୧୪ ତାରିଖରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ (ୟୁଏଲ୍‌ବି)ରେ ‘ନମସ୍ତେ ଦିବସ’ ପାଳନ

Jul 10, 2026 - 20:47
ଚଳିତ ମାସ ୧୪ ତାରିଖରେ  ରାଜ୍ୟର ସମସ୍ତ ପୌରାଞ୍ଚଳରେ (ୟୁଏଲ୍‌ବି)ରେ ‘ନମସ୍ତେ ଦିବସ’ ପାଳନ

ଭୁବନେଶ୍ୱର: ସଫେଇ ମିତ୍ରଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୪ ତାରିଖରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ (ୟୁଏଲ୍‌ବି)ରେ ‘ନମସ୍ତେ ଦିବସ’ ପାଳନ କରାଯିବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି ।ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ‘ନ୍ୟାସନାଲ୍ ଆକ୍ସନ୍ ଫର୍ ମେକାନାଇଜ୍ଡ ସାନିଟେସନ୍ ଇକୋସିଷ୍ଟମ୍ (NAMASTE)’ କାର୍ଯ୍ୟକ୍ରମ ଅନୁଯାୟୀ ଏହି ଦିବସ ପାଳନ କରାଯାଉଛି ।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ ସମସ୍ତ ମହାନଗର ନିଗମ କମିଶନର ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ଜନପ୍ରତିନିଧି, ସରକାରୀ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।