09 JULY 2026

Welcome!

Unlock your personalized experience.
Sign Up

ରକ୍ତ ସଙ୍କଟ ଦୂର କରିବ ଜୀବଣୁ ! ଯେକୌଣସି ରକ୍ତ ଗ୍ରୁପକୁ O-ନେଗେଟିଭରେ ବଦଳାଇବ

Jul 09, 2026 - 10:02
ରକ୍ତ ସଙ୍କଟ ଦୂର କରିବ ଜୀବଣୁ ! ଯେକୌଣସି ରକ୍ତ ଗ୍ରୁପକୁ O-ନେଗେଟିଭରେ ବଦଳାଇବ

ବ୍ୟୁରୋ ୦୯/୦୭ ; ଆଉ ହେବନି ରକ୍ତର ଅଭାବ। ଜୀବାଣୁ ଦୂର କରିବ ରକ୍ତ ସମସ୍ୟା। ଆମ ଅନ୍ତନଳୀର ଜୀବାଣୁ ଆମର ବଞ୍ଚାଇବ ଜୀବନ । O-ନେଗେଟିଭ୍ ପାଇଁ ବହୁ ଜୀବନ ଚାଲିଯାଉଥିବା ବେଳେ ଏହି ସମସ୍ୟାର ବଡ଼ ସମାଧାନ କରିଛନ୍ତି ବୈଜ୍ଞାନିକ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ବୈଜ୍ଞାନିକ। ଏକ ନୂଆ ପ୍ରଯୁକ୍ତି ମାଧ୍ୟମରେ ଯେକୌଣସି ରକ୍ତ ଗ୍ରୁପକୁ ସାର୍ବଜନୀନ ଦାତା ଭାବେ ପରିଚିତ O-ନେଗେଟିଭ୍ (O Negative) ରକ୍ତରେ ପରିବର୍ତ୍ତନ କରିବାର ସମ୍ଭାବନାକୁ ସଫଳ କରିଛନ୍ତି । ଭବିଷ୍ୟତରେ ଏହା ବିଶ୍ୱବ୍ୟାପୀ ରକ୍ତ ଅଭାବ ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି।

ମଣିଷର ଅନ୍ତନଳୀର ଜୀବାଣୁରୁ ସନ୍ଧାନ ଗବେଷକମାନେ ମଣିଷର ଅନ୍ତନଳୀରେ ଥିବା ମାଇକ୍ରୋବାୟୋମର ଅଧ୍ୟୟନ କରି କିଛି ବିଶେଷ ଏନଜାଇମ ଚିହ୍ନଟ କରିଛନ୍ତି। ଏହି ଏନଜାଇମଗୁଡ଼ିକ ଲୋହିତ ରକ୍ତ କଣିକାରେ ଥିବା A ଓ B ଆଣ୍ଟିଜେନକୁ ହଟାଇ ଦେଇପାରେ। ଏହି ଆଣ୍ଟିଜେନ୍ ହିଁ ରକ୍ତର ଗ୍ରୁପ୍ ନିର୍ଦ୍ଧାରଣ କରିଥାଏ।

ଆହୁରି ପଢନ୍ତୁ :- IND vs ENG 4th T20I: ଟିମ୍ ଇଣ୍ଡିଆ ପାଇଁ ଅନ୍ତିମ ସୁଯୋଗ, ଆଜି ମ୍ୟାଚ୍ ହାରିଲେ ବ୍ୟାକ ଟୁ ବ୍ୟାକ୍ ସିରିଜ୍ ପରାଜୟ

କିପରି କାମ କରିବ ଏହି ଗବେଷଣା ?

ବିଶେଷ ଏନଜାଇମକୁ ରକ୍ତ ସହ ମିଶାଇବା ପରେ ଏହା ରକ୍ତ କଣିକାର ପୃଷ୍ଠରୁ A ଓ B ଆଣ୍ଟିଜେନ୍କୁ ସମ୍ପୂର୍ଣ୍ଣ ହଟାଇ ଦିଏ। ଫଳରେ ରକ୍ତ ନିଜର ମୂଳ ଗ୍ରୁପ୍ ପରିଚୟ ହରାଇ O-ଟାଇପ୍ ରକ୍ତ ପରି ବ୍ୟବହାର କରିପାରେ। ଏହା ଯେକୌଣସି ରୋଗୀଙ୍କୁ ରକ୍ତ ସଞ୍ଚାର କରିବାର ସମ୍ଭାବନା ବଢ଼ାଇବ। ଯେତେବେଳେ ଏହି ରକ୍ତ ଅନ୍ୟ ରୋଗୀଙ୍କୁ ଦିଆଯିବ, ସେମାନଙ୍କ ଶରୀର ଏହାକୁ ଶତ୍ରୁ ଭାବି ଆକ୍ରମଣ କରିବ ନାହିଁ।

ବ୍ଲଡ଼୍ ବ୍ୟାଙ୍କ ପାଇଁ ବଡ଼ ଆଶା

ଜରୁରୀକାଳୀନ ପରିସ୍ଥିତିରେ O-ନେଗେଟିଭ୍ ରକ୍ତର ଚାହିଦା ସର୍ବାଧିକ ଥାଏ। କିନ୍ତୁ ବିଶ୍ୱରେ ପ୍ରାୟ ପ୍ରତି ୧୫ ଜଣରୁ କେବଳ ଜଣଙ୍କ ପାଖରେ ଏହି ରକ୍ତ ଗ୍ରୁପ୍ ଥାଏ। ଏହି ନୂଆ ପ୍ରଯୁକ୍ତି ସଫଳ ହେଲେ, ରକ୍ତ ବ୍ୟାଙ୍କରେ ଥିବା ଅନ୍ୟ ରକ୍ତ ଗ୍ରୁପ୍କୁ ମଧ୍ୟ O-ଟାଇପ୍ରେ ପରିବର୍ତ୍ତନ କରି ଆପାତକାଳୀନ ସମୟରେ ବ୍ୟବହାର କରାଯାଇପାରିବ।

ଏବେ ବି ଜାରି ରହିଛି ପରୀକ୍ଷା

ଯଦିଓ ପରୀକ୍ଷାଗାରରେ ଏହି ପ୍ରଯୁକ୍ତି ସଫଳ ପ୍ରମାଣିତ ହୋଇଛି, ତଥାପି ଏହାକୁ ହସ୍ପିଟାଲରେ ବ୍ୟବହାର ପୂର୍ବରୁ ଅଧିକ ପରୀକ୍ଷାର ଆବଶ୍ୟକ। ବୈଜ୍ଞାନିକମାନେ ପ୍ରଥମେ ପଶୁ ଏବଂ ପରେ ମଣିଷ ଉପରେ କ୍ଲିନିକାଲ୍ ଟ୍ରାଏଲ୍ କରିବେ। ସମସ୍ତ ପରୀକ୍ଷା ସଫଳ ହେବା ପରେ ହିଁ ଏହି ପ୍ରଯୁକ୍ତିକୁ ସାଧାରଣ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମତି ମିଳିବ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।