ହଠାତ୍ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ
ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର ଛକଠାରୁ କିଛି ଦୂରରେ ଥିବା ଡାଲଖାଇ ଠାକୁରାଣୀ ମନ୍ଦିର ନିକଟରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ କୋଲକାତାର ବୀରଭୂମି ଜିଲାର ମହ୍ଲାରପୁର ଥାନା ଅଧିନସ୍ଥ କୋର୍ଟ ଗ୍ରାମର। ତାଙ୍କ ନାମ ଜମିର ଶେଖ ବୋଲି ଜଣାପଡ଼ିଛି। ସେ ଟିକିରିରେ ରହି ଗାଁଗାଁ ବୁଲି ଟିଣ ବାକ୍ସ ବ୍ୟବସାୟ କରନ୍ତି। କାଲି ସେ ତାଙ୍କ ସାଙ୍ଗ ଅବଦୁଲ ରେହେମନଙ୍କ
ସହ ଲକ୍ଷ୍ମୀପୁର ଆସି ବ୍ୟବସାୟ କରି ଟିକିରି ଅଭିମୁଖେ ଫେରୁଥିବା ବେଳେ ବାଟରେ ପ୍ରବଳ ବର୍ଷା ହେବା ଦେଖି ରାସ୍ତାକଡ଼ରେ ଏକ ମନ୍ଦିର ପାଖ ଗଛ ତଳେ ଆଶ୍ରୟ ନେଇଥିଲେ। ସେହି ସମୟରେ କାଳବୈଶାଖୀ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ସେଥିରେ ତାଙ୍କ ସାଙ୍ଗ ବର୍ର୍ତ୍ତି ଯାଇଥିବା ବେଳେ ଶେଖ୍ ଜମିର ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଅନ୍ୟ ବ୍ୟବସାୟୀମାନେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ତାୟାପୁଟ ପଞ୍ଚାୟତର ଡୁମୁରି ପଦର ଗ୍ରାମରେ ଜଣେ ଛାତ୍ର ବବଲୁ ହିକକା ମେଣ୍ଢା ଚରାଇବାକୁ ଯାଇ ଥିବା ସମୟରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ଛି।ଏନେଇ ଲକ୍ଷ୍ମୀପୁର ଥାନାରେ ଦୁଇଟି ମାମଲା ରୁଜୁ କରଯାଇଥିବା ବେଳେ ଆଜି ଅର୍ଥାତ ସୋମବାର ବ୍ୟବଚ୍ଛେଦ ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।
Dharitri – Odisha’s No.1 Odia Daily
The post ହଠାତ୍ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।