ସ୍ୱାଧୀନତା ଦିବସରେ କଂଗ୍ରେସର ଶପଥ

Aug 15, 2026 - 14:46
ସ୍ୱାଧୀନତା ଦିବସରେ କଂଗ୍ରେସର ଶପଥ

ଭୁବନନେଶ୍ଓବର; ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ I ପିସିସି ସଭାପତି ଭକ୍ତ ଚରଣ ଦାଶ ଜାତୀୟ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରଖିଥିଲେ I ଏହି ଅବସରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ ସେବା ଦଳ ମଧ୍ୟ ସହଯୋଗ ପ୍ରଦାନ କରିଥିଲେ l ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ଓ ଜାତୀୟ ସଂଗୀତ ଗାନ ହୋଇଥିଲା l ତେବେ ବର୍ତମାନର କେନ୍ଦ୍ର ସରକାର ଯେଉଁ ଭଳି ଭାବେ ଦେଶ ସ୍ୱାଧୀନତା ଆଣିବାରେ ଯେଉଁମାନଙ୍କ ଅବଦାନ ଥିଲା ସେମାନଙ୍କୁ ଅସମ୍ମାନ କରାଯାଉଛି l ବର୍ତମାନ ଦେଶ ବିଭାଜନ ଆଡକୁ ଯାଉଛି l ଏହାକୁ ରୋକିବା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଦୃଢ କରିବାକୁ ଆଜିର ଦିନରେ ଜାତୀୟ ପତାକା ତଳେ କଂଗ୍ରେସ କର୍ମୀ ମାନେ ଶପଥ ନେବାକୁ କହିଛନ୍ତି ପିସିସି ସଭାପତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media