ସ୍କୁଲ ଛାତ ଭୁଶୁଡ଼ି ୨୮ ଶିଶୁଙ୍କ ମୃତ୍ୟୁ, ୨୫ରୁ ଅଧିକ ଆହତ

Oct 15, 2026 - 14:31
ସ୍କୁଲ ଛାତ ଭୁଶୁଡ଼ି ୨୮ ଶିଶୁଙ୍କ ମୃତ୍ୟୁ, ୨୫ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଖାଇବର ପଖତୁନଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ଘଟିଛି। ମୃତ ଶିଶୁମାନଙ୍କ ବୟସ ୧୩ ବର୍ଷରୁ କମ୍ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଅତି କମରେ ୨୫ ଜଣ ଶିଶୁ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଏକ ରିପୋର୍ଟ ଅନୁଯାୟୀ, ପେଶାୱରର ଦିର୍ କଲୋନୀରେ ଥିବା ଏକ ସ୍କୁଲର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଅନେକ ଛାତ୍ରଛାତ୍ରୀ ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ଅନେକ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ପେଶାୱରର ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଭଗ୍ନାବଶେଷ ତଳେ ଆହୁରି କେତେକ ଶିଶୁ ଫସି ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସେନାର ସହାୟତା ଲୋଡ଼ିଥିଲା। ସେନା କର୍ମଚାରୀମାନେ ମଧ୍ୟ ଭଗ୍ନାବଶେଷ ହଟାଇବା ସହ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିବାରେ ନିୟୋଜିତ ହୋଇଥିଲେ। ଘଟଣାସ୍ଥଳରୁ ମିଳିଥିବା ଫଟୋ ଅନୁଯାୟୀ, ସ୍କୁଲ କୋଠାଟି ବେଶ୍ ପୁରୁଣା ଥିବା ଜଣାପଡ଼ିଛି। କୋଠାଟି ମାଟି ଓ କାଠରେ ନିର୍ମିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଛାତ ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ପେଶାୱର ପୋଲିସ ମୁଖ୍ୟ (ସିସିପିଓ) ମିଆଁ ସଇଦଙ୍କ ସୂଚନା ଅନୁଯାୟୀ, ସ୍କୁଲର ପରିଚାଳକଙ୍କୁ ଗିରଫ କରାଯାଇଛି। ସ୍କୁଲଟି ଏକ ତିନି ମହଲା କୋଠା ଥିଲା। ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)