ସେଲ୍ଫି ନେବାବେଳେ ଇନ୍ଦ୍ରାବତୀ ନଦୀରେ ଖସି ମହିଳା ନିଖୋଜ

Sep 26, 2026 - 12:27
ସେଲ୍ଫି ନେବାବେଳେ ଇନ୍ଦ୍ରାବତୀ ନଦୀରେ ଖସି ମହିଳା ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ସେଲ୍ଫି ସାଜିଲା କାଳ। ବନ୍ୟା ପାଣି ଦେଖିବାକୁ ପରିବାର ସହ ଇନ୍ଦ୍ରାବତୀ ନଦୀ ନିକଟକୁ ଆସିଥିବା ବେଳେ ଘଟିଛି ଅଘଟଣ। ନଦୀର ପୋଲ ଉପରୁ ସେଲ୍ଫି ନେବା ସମୟରେ ଭରା ନଦୀକୁ ଖସିପଡ଼ି ଜଣେ ମହିଳା ନିଖୋଜ ହୋଇଛନ୍ତି। ନିଖୋଜ ମହିଳା ଜଣକ ନବରଙ୍ଗପୁର ସହର ମେଦରୀ ସାହିର ସିରିସା ନାଏକ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ପରିବାର ପକ୍ଷରୁ ନବରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଇନ୍ଦ୍ରାବତୀ ନଦୀରେ ଅକାତକାତ ପାଣି ପ୍ରବାହିତ ହେଉଥିବା ସହ ଅନ୍ଧାର ହୋଇଯାଇଥିବାରୁ ତୁରନ୍ତ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ କରିବା ସମ୍ଭବ ହୋଇନଥିବା ସୂଚନା ମିଳିଛି। ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)