ସୁପ୍ରିମକୋର୍ଟରେ ସିଜେପି ମାମଲାର ଶୁଣାଣି

Oct 11, 2026 - 12:27
ସୁପ୍ରିମକୋର୍ଟରେ ସିଜେପି ମାମଲାର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟରେ ସିଜେପି ମାମଲାର ଶୁଣାଣି। ସାରା ଦିଲ୍ଲୀରୁ ହଟାଯାଉ ବ୍ୟାରିକେଡ। ଇଣ୍ଟରନେଟ ସେବା ବନ୍ଦ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ଯାଏ ଖୋଲା ରହିବ ମେଟ୍ରୋ ଷ୍ଟେସନ। ମଙ୍ଗଳବାର ସୁଦ୍ଧା ଉତ୍ତର ରଖିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀରେ ସାଧାରଣ ନାଗରିକଙ୍କ ଜୀବନ ଯାତ୍ରା ଯେପରି ବାଧାପ୍ରାପ୍ତ ହେବ ନାହିଁ ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ କପିଳ ସିବଲ ଶନିବାର ମେଟ୍ରୋ ଷ୍ଟେସନ ବନ୍ଦ, ଆନ୍ଦୋଳନକାରୀଙ୍କୁ ଅଟକ ପ୍ରସଙ୍ଗ ଉଲ୍ଲେଖ କରିଥିଲେ।  ସେହିପରି ବରିଷ୍ଠ ଆଇନଜୀବୀ ସାଦନ ଫରାସତ କହିଥିଲେ- ଆମେ ବର୍ତ୍ତମାନ ପୋଲିସ କୈନ୍ଦ୍ରିକ ରାଷ୍ଟ୍ର ଠାରୁ କିଛି ଦୂରରେ ରହିଛନ୍ତି। ଗତ ଶନିବାର ହୋଇଥିବାବେଳେ ଆନ୍ଦୋଳନ ବେଳେ ତାଙ୍କ ଉପରେ ପୋଲିସ ଦମନଲୀଳା ଚଳାଇଥିଲା। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସ ତାଙ୍କ ଅଧିକାରକୁ କ୍ଷୁଣ୍ଣ କରିଛି।

ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ବାମୀ କହିଥିଲେ- ଅତୀତ ଜରୁରୀକାଳୀନ ସମୟରେ ଯେପରି ନାଗରିକ ଅଧିକାର ସମ୍ପର୍କରେ ପିଟିସନମାନ ଦାୟର ହୋଇଥିଲା ବର୍ତ୍ତମାନ ବି ସେପରି ଅବସ୍ଥା ଆସିଛି। ଆନ୍ଦୋଳନ ପରିପ୍ରେକ୍ଷୀରେ ବହୁ ସଂଖ୍ୟକ ନେତା, ଆଇନଜୀବୀ, ସାଧାରଣ ନାଗରିକଙ୍କୁ ଅଟକ ରଖାଯାଇଛି। ବର୍ତ୍ତମାନ ସମ୍ବିଧାନ ପ୍ରତି ବିପଦ ଆସି ପହଞ୍ଚିଛି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ସମୟରେ ଦିଲ୍ଲୀ ମେଟ୍ରୋ ଷ୍ଟେସନଗୁଡ଼ିକୁ ବନ୍ଦ କରିବା ଏବଂ ଟ୍ରେନ୍ ସେବା ବାତିଲ କରି କର୍ତ୍ତୃପକ୍ଷ କୋର୍ଟ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ମାମଲାର ସୁପ୍ରିମକୋର୍ଟ  ଶୁଣାଣି କରିଛନ୍ତି। ଆଡଭୋକେଟ ଶୈଳେନ୍ଦ୍ରମଣି ତ୍ରିପାଠୀଙ୍କ ପକ୍ଷରୁ ଦାୟର ପିଟିସନର ଶୁଣାଣି କରିଛନ୍ତି ଜଷ୍ଟିସ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ ଭି. ମୋହନା। ସେହିପରି ଶନିବାର ଆନ୍ଦୋଳନକାରୀଙ୍କୁ ଅଟକ ରଖାଯିବା ସଂକ୍ରାନ୍ତରେ ଆଇନଜୀବୀ ମେନକା ଗୁରୁସ୍ବାମୀ ଦାୟର କରିଥିବା ଏକ ହେଭିୟସ କର୍ପସ ପିଟିସିନର ବି ଶୁଣାଣି କରୁଛନ୍ତି ଖଣ୍ଡପୀଠ। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ଓ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଅଧ୍ଯକ୍ଷ ଡି. ଥାରା ଜାଣିଶୁଣି କୋର୍ଟଙ୍କ ନିର୍ଦ୍ଦେଶକୁ  ଅବମାନନା କରିଥିବା ପିଟିସନରେ ଦର୍ଶାଯାଇଛି। ପିଟିସନର ଯୁକ୍ତି ଦର୍ଶାଇଛନ୍ତି ଯେ ମେଟ୍ରୋ ଓ  ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କଟକଣା ଜାରି ନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ଏସବୁ ଉପରେ କଟକଣା ଲଗାଯାଇଥିଲା। ସେହିପରି ଅନେକ ଟ୍ରେନ ବନ୍ଦ ହେବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)