ସୀତା ନଦୀରେ ଅଘଟଣ : ଗାଧୋଉଥିବା ବେଳେ ଭାସିଯାଇ ଯୁବକଙ୍କ ମୃତ୍ୟୁ
ଘଟଗାଁ, ୬।୭ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଲକ୍ଷ୍ମୀପଶି ଗ୍ରାମ ନିକଟସ୍ଥ ସୀତା ନଦୀରେ ଅଘଟଣ । ଗାଧୋଉଥିବା ବେଳେ ନଦୀ ସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଟିକେଇ ନାଏକ ।
୪ ଜଣ ଯୁବକ ସାଙ୍ଗହୋଇ ସିତା ନଦୀରେ ଗାଧୋଉଥିଲେ। ଏହି ସମୟରେ ପ୍ରଖର ସ୍ରୋତରେ ୪ ଭାସିଯାଇଥିଲେ। ୪ଜଣଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି ଚାଲି ଆସିଥିବା ବେଳେ ଟିକେଇ ନାଏକ ନଦୀରେ ବୁଡି ନିଖୋଜ ହୋଇ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ଟିକେଇ ନାଏକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଘଟଗାଁ ପୋଲିସ୍ ଶବକୁ ଜବଦ କରି ତଦନ୍ତ ଚଳାଇଛି ।
ଆହୁରି ପଢନ୍ତୁ ମହାନଦୀରେ ଭାସିଗଲେ ୩ ଯୁବକ : ୨ ଉଦ୍ଧାର, ଜଣେ ନିଖୋଜ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।