ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼
କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ ପାଖ ଜଳାଶୟରୁ ଜଳ ସଂଗ୍ରହ କରି ଭାରରେ ଧରି ଲମ୍ବା ଧାଡ଼ିରେ ମନ୍ଦିର ଆଗରେ ଛିଡ଼ା ହୋଇ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି। ବାଂଶପାଳ ବ୍ଲକର ଗୋନାସିକା ଠାରେ ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳରୁ ପାଣି ଆଜି ଶ୍ରୀବ୍ରହ୍ମେଶ୍ୱର ମହାଦେବଙ୍କ ନିକଟରେ ଜଳାଭିଷେକ କରିଅଛନ୍ତି। ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।
ଜିଲାର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସିଥିବା ଦେଖିବାକୁ ମିଳିଛି। ଉକ୍ତ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ କାଉଡ଼ିଆମାନଙ୍କ ଖାଇବା ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି।
ସେହିପରି ଜିଲା ଦେଓଗାଁ କୁଶଲେକର ଶିବ, ମୁର୍ଗା ମହାଦେବ, ଆନନ୍ଦପୁରର ଝାଡ଼େଶ୍ୱର ମନ୍ଦିର ସମେତ ସମସ୍ତ ଶୈବ ପୀଠରେ ଆଜି ଭିଡ଼ ଜମିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।