ଶରଦ କପୁରଙ୍କ ଦୁଃଖଦ କାହାଣୀ! ସାହାଯ୍ୟ ନାଁରେ ଏମିତି କଣ ହେଲା?
ବଲିଉଡ୍ର ଚମକଦାର ଦୁନିଆରେ ଅନେକ କଳାକାର ଆସନ୍ତି, ନିଜ ଅଭିନୟର ଛାପ ଛାଡ଼ି ଦର୍ଶକଙ୍କ ହୃଦୟ ଜିତନ୍ତି । କିନ୍ତୁ ସମୟ ବଦଳିବା ସହିତ କିଛି ଚେହେରା ଧୀରେ ଧୀରେ ପରଦାରୁ ଅଦୃଶ୍ୟ ହୋଇଯାଆନ୍ତି। ଦିନେ ଯେଉଁ ଅଭିନେତାଙ୍କ ଅଭିନୟ ଦର୍ଶକଙ୍କୁ ଆଶ୍ଚର୍ୟ୍ୟ କରୁଥିଲା, ଆଜି ତାଙ୍କୁ ନେଇ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା। କଥା ହେଉଛି ବଲିଉଡ୍ ଅଭିନେତା ଶରଦ କପୁରଙ୍କର । ଶାହରୁଖ ଖାନଙ୍କ ସହିତ 'ଜୋଶ୍' ଫିଲ୍ମରେ ଦମଦାର ଖଳନାୟକ ଭାବେ ନଜର ଆସିଥିବା ଏହି ଅଭିନେତା ଆଜି କାହିଁକି ଚର୍ଚ୍ଚାରେ? କାହିଁକି ତାଙ୍କର ଏକ ଭିଡିଓ ଦେଖି ଚିନ୍ତା ପ୍ରକାଶ କରୁଛନ୍ତି ପ୍ରଶଂସକ? ନିକଟରେ ସୋସିଆଲ ମିଡିଆରେ ଶରଦ କପୁରଙ୍କର କିଛି ଭିଡିଓ ଭାଇରାଲ୍ ହୋଇଛି । ଭିଡିଓରେ ସେ ଅସୁସ୍ଥ ଓ ଦୁର୍ବଳ ଦେଖାଯାଉଛନ୍ତି। ଚାଲିବା ପାଇଁ ତାଙ୍କୁ ୱାକରର ସାହାଯ୍ୟ ନେବାକୁ ପଡ଼ୁଛି। ଏପରିକି ନିଜର ଚାରି ପୋଷା କୁକୁରଙ୍କଠାରୁ ଅସ୍ଥାୟୀ ଭାବେ ଅଲଗା ହେବା ସମୟରେ ସେ ଭାବପ୍ରବଣ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହା କ'ଣ ଆର୍ଥିକ ସଙ୍କଟର କାହାଣୀ? ନା ଏହା ପଛରେ ରହିଛି ଏକ ଅପ୍ରତ୍ୟାଶିତ ଦୁର୍ଘଟଣା ଓ ପରିବାରର କଠିନ ପରିସ୍ଥିତି? ଆସନ୍ତୁ ଜାଣିବା ଶରଦ କପୁରଙ୍କ ଜୀବନର ଏହି ପୂରା କାହାଣୀ ।
.jpeg)
ପ୍ରଥମେ ଜାଣନ୍ତୁ ଭାଇରାଲ୍ ଭିଡିଓରେ କ'ଣ ରହିଛି।
ନଭେମ୍ବର ୨୦୨୬ରେ ଶରଦ କପୁରଙ୍କ ଚାରି ପୋଷା କୁକୁରଙ୍କୁ ମୁମ୍ବାଇର ଣଙଊଇ ପଶୁ କଲ୍ୟାଣ କେନ୍ଦ୍ରକୁ ଅସ୍ଥାୟୀ ଭାବେ ନିଆଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ତାଙ୍କର ଏହି ଚାରି କୁକୁରଙ୍କ ନାଁ ହେଉଛି ଜୋଶ୍, ରେବେଲ୍, ଷ୍ଟାର୍ ଓ ପାନ୍ଥର୍। ମୁମ୍ବାଇର ପଶୁପ୍ରେମୀ ସଂଗଠନ ବେଜୁବାନ୍ ପବ୍ଲିକ୍ ୱେଲଫେୟାର ଟ୍ରଷ୍ଟର ପ୍ରତିଷ୍ଠାତା ହେମା ଚୌଧୁରୀ ଏହି ବ୍ୟବସ୍ଥା କରିଥିଲେ। ଶରଦଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଘରେ ଚାରିଟି ବଡ଼ କୁକୁରଙ୍କ ଯତ୍ନ ନେବା କଷ୍ଟକର ହୋଇପଡ଼ିଥିଲା। ଭିଡିଓରେ ନିଜ ପୋଷା କୁକୁରଙ୍କୁ ବିଦାୟ ଦେବା ସମୟରେ ଶରଦ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ସେ କହିଥିଲେ, ଏମାନେ କେବଳ କୁକୁର ନୁହନ୍ତି, ତାଙ୍କର ପିଲାଙ୍କ ପରି। ସେ ଏମାନଙ୍କ ବିନା ରହିପାରିବେ ନାହିଁ। ନୂଆ ବଙ୍ଗଳାକୁ ସ୍ଥାନାନ୍ତର ହେବା ପରେ ସେ ପୁଣି ନିଜ ପୋଷା କୁକୁରଙ୍କୁ ଫେରାଇ ଆଣିବାକୁ ଚାହୁଁଛନ୍ତି।ଘ ଏହି ଦୃଶ୍ୟ ଦେଖି ଅନେକ ପ୍ରଶଂସକ ଭାବପ୍ରବଣ ହୋଇପଡ଼ିଥିଲେ। କିନ୍ତୁ ଏହି ଭିଡିଓକୁ ନେଇ ଆଉ ଏକ ଚର୍ଚ୍ଚା ଆରମ୍ଭ ହେଲା। ଅନେକ ଲୋକ ଭାବିଲେ ଯେ ଶରଦ କପୁର ଆର୍ଥିକ ଭାବେ ଦୁର୍ଦ୍ଦଶାରେ ଅଛନ୍ତି। ତାଙ୍କ ପାଖରେ ଟଙ୍କା ନାହିଁ, ଘରର ଅବସ୍ଥା ମଧ୍ୟ ଠିକ୍ ନାହିଁ। କିନ୍ତୁ ପ୍ରକୃତ କାରଣ ଥିଲା ଆଉ କିଛି।

କିଏ ଏହି ଶରଦ କପୁର?
ଶରଦ କପୁରଙ୍କ ନାଁ ହୁଏତ ଆଜିର ଯୁବପିଢ଼ିଙ୍କ ପାଇଁ ସେତେ ପରିଚିତ ନ ହୋଇପାରେ। କିନ୍ତୁ ୯୦ ଦଶକ ଓ ୨୦୦୦ ମସିହାର ସିନେମା ଦେଖିଥିବା ଦର୍ଶକଙ୍କ ପାଇଁ ସେ ଏକ ଚିହ୍ନା ଚେହେରା। କୋଲକାତାରେ ଜନ୍ମିତ ଶରଦ ଅଭିନୟ ଦୁନିଆରେ ନିଜର ପରିଚୟ ତିଆରି କରିବା ପାଇଁ ମୁମ୍ବାଇ ଆସିଥିଲେ। ୧୯୯୬ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦସ୍ତକ' ଜରିଆରେ ସେ ବଲିଉଡ୍ରେ ପାଦ ଥାପିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ସୁସ୍ମିତା ସେନ୍ ନଜର ଆସିଥିଲେ। ଫିଲ୍ମରେ ଶରଦ ଜଣେ ମାନସିକ ଭାବେ ଅସ୍ଥିର ପ୍ରେମିକଙ୍କ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କର ନିଆରା ଅଭିନୟ ଦର୍ଶକଙ୍କ ନଜରକୁ ଆସିଥିଲା। ଏହାପରେ ସେ 'ତମନ୍ନା', 'ବିଶ୍ୱ ବିଧାତା' ଭଳି ଫିଲ୍ମରେ ନଜର ଆସିଥିଲେ। କିନ୍ତୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ପରିଚୟ ହେଲା ୨୦୦୦ ମସିହାର ଫିଲ୍ମ 'ଜୋଶ୍'। ଏହି ଫିଲ୍ମରେ ଶାହରୁଖ ଖାନ୍ ଓ ଐଶ୍ୱର୍ୟ୍ୟା ରାୟଙ୍କ ସହିତ ଶରଦ କପୁର ମଧ୍ୟ ଅଭିନୟ କରିଥିଲେ। ଶାହରୁଖ ଖାନ୍ ମ୍ୟାକ୍ସ ନାମକ ଏକ ଗ୍ୟାଙ୍ଗ୍ର ନେତା ଭୂମିକାରେ ଥିବାବେଳେ ଶରଦ କପୁର ଅନ୍ୟ ଗ୍ୟାଙ୍ଗ୍ର ନେତା ପ୍ରକାଶ ଶର୍ମା ଭାବେ ନଜର ଆସିଥିଲେ। ଫିଲ୍ମରେ ଦୁଇ ଗ୍ୟାଙ୍ଗ୍ ମଧ୍ୟରେ ଥିବା ଶତ୍ରୁତା ଓ ଜବରଦସ୍ତ ଟକ୍କର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଶାହରୁଖଙ୍କ ଭଳି ସୁପରଷ୍ଟାରଙ୍କ ସାମ୍ନାରେ ମଧ୍ୟ ଶରଦ ନିଜ ଅଭିନୟର ଦମ୍ ଦେଖାଇଥିଲେ। ଏହି ଚରିତ୍ର ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଖଳନାୟକ ବର୍ଗରେ ମନୋନୟନ ମଧ୍ୟ ପାଇଥିଲେ। ଏହାପରେ 'ଲକ୍ଷ୍ୟ', 'ଖଙଉ କାର୍ଗିଲ୍', 'କ୍ୟୁଙ୍କି ମୈଁ ଝୁଟ୍ ନହିଁ ବୋଲତା', 'ଜୟ ହୋ' ଭଳି ଅନେକ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ହିନ୍ଦୀ ସହିତ ବଙ୍ଗଳା ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। କିନ୍ତୁ ସମୟ ବଦଳିବା ସହିତ ଶରଦଙ୍କୁ ଆଗଭଳି ବଡ଼ ପରଦାରେ ଦେଖିବାକୁ ମିଳିଲା ନାହିଁ। ୨୦୨୨ ମସିହାରେ 'ନୋ ମିନ୍ସ ନୋ' ଫିଲ୍ମରେ ସେ ନଜର ଆସିଥିଲେ।
ତା'ହେଲେ ହଠାତ୍ ଏପରି ଅବସ୍ଥା କାହିଁକି ହେଲା?
ଏହାର ମୁଖ୍ୟ କାରଣ ହେଉଛି ତାଙ୍କ ଗୋଡ଼ରେ ଲାଗିଥିବା ଆଘାତ। ନିଜେ ଶରଦ କପୁର ଏକ ଭିଡିଓରେ ଏହାର କାରଣ ବିଷୟରେ କହିଥିଲେ। ତାଙ୍କ କହିବା ଅନୁସାରେ, ସେ ସ୍ପେନ୍ର ବାର୍ସିଲୋନା ସହରକୁ ଯାଇଥିବା ସମୟରେ ଫୁଟବଲ୍ ଖେଳୁଥିଲେ। ସେଠାରେ ଅନ୍ୟ ଖେଳାଳିଙ୍କ ସହ ତାଙ୍କ ଗୋଡ଼ ଧକ୍କା ହୋଇଥିଲା। ଏହାପରେ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ମଜାଳିଆ ଢଙ୍ଗରେ ସେ କହିଥିଲେ, ବଡ଼ ବଡ଼ ଫୁଟବଲ୍ ଖେଳାଳିଙ୍କୁ ଦେଖି ନିଜକୁ ମେସି ଭାବି ଖେଳିବାକୁ ଯାଇଥିଲେ। କିନ୍ତୁ ସେହି ଉତ୍ସାହ ତାଙ୍କୁ ମହଙ୍ଗା ପଡ଼ିଲା। ଏହି ଆଘାତ ଯୋଗୁଁ ତାଙ୍କୁ ଚାଲିବା ପାଇଁ ୱାକରର ସାହାଯ୍ୟ ନେବାକୁ ପଡ଼ୁଛି। ଡାକ୍ତରମାନେ ତାଙ୍କୁ ସୁସ୍ଥ ହେବା ପାଇଁ ସମୟ ଦେଇଛନ୍ତି।
ଘରର ଅବସ୍ଥା ଏପରି କାହିଁକି ହେଲା?
ଶରଦଙ୍କ ଗୋଡ଼ରେ ଆଘାତ ଲାଗିବା ପରେ ତାଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥିଲା। ଘରେ ତାଙ୍କ ପତ୍ନୀ ଓ ନବଜାତ ଶିଶୁ ଥିବା ସହିତ ଚାରିଟି ବଡ଼ ପୋଷା କୁକୁର ମଧ୍ୟ ଥିଲେ। ଏଭଳି ପରିସ୍ଥିତିରେ ଘରର ସମସ୍ତ ଦାୟିତ୍ୱ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା। ଶରଦ ନିଜେ କୁକୁରମାନଙ୍କ ଯତ୍ନ ନେବା ଓ ସେମାନଙ୍କୁ ବୁଲାଇବା କାମ କରୁଥିଲେ। କିନ୍ତୁ ଗୋଡ଼ରେ ଆଘାତ ଲାଗିବା ପରେ ଏସବୁ କାମ କରିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ। ଏହି କାରଣରୁ ସେ ନିଜ ବନ୍ଧୁ ହେମା ଚୌଧୁରୀଙ୍କ ସହାୟତା ନେଇଥିଲେ। ତାଙ୍କର ଚାରି କୁକୁରଙ୍କୁ ଅସ୍ଥାୟୀ ଭାବେ ଣଙଊଇ କେନ୍ଦ୍ରରେ ରଖିବା ପାଇଁ ନିଷ୍ପତ୍ତି ହେଲା। କିନ୍ତୁ ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ଘରର ଅବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ଆରମ୍ଭ ହୋଇଗଲା। କିଛି ଲୋକ ଏହାକୁ ଆର୍ଥିକ ଦୁର୍ଦ୍ଦଶା ବୋଲି କହିଲେ। ତେବେ ଶରଦଙ୍କ ବନ୍ଧୁ ହେମା ସ୍ପଷ୍ଟ କରିଥିଲେ ଯେ ତାଙ୍କର ଏହି ଅବସ୍ଥା ପଛରେ ଆର୍ଥିକ ଅଭାବ ନୁହେଁ, ବରଂ ଶାରୀରିକ ଅସୁସ୍ଥତା ଓ ପାରିବାରିକ ପରିସ୍ଥିତି ରହିଛି।
୨୦୨୪ର ବିବାଦ ମଧ୍ୟ ଚର୍ଚ୍ଚାକୁ ଆସିଲା
ଶରଦ କପୁରଙ୍କ ଜୀବନରେ ଏହା ପ୍ରଥମ କଠିନ ସମୟ ନୁହେଁ। ୨୦୨୪ ନଭେମ୍ବରରେ ମଧ୍ୟ ସେ ଏକ ଗୁରୁତର ବିବାଦରେ ଫସିଥିଲେ। ମୁମ୍ବାଇର ଖାର ପୋଲିସ ଷ୍ଟେସନରେ ଜଣେ ୩୨ ବର୍ଷୀୟ ମହିଳା ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଅଶୋଭନ ବ୍ୟବହାର ନେଇ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ, ସୋସିଆଲ ମିଡିଆରେ ପରିଚୟ ହେବା ପରେ ଶରଦ ତାଙ୍କୁ ଏକ କାମ ସମ୍ପର୍କରେ ଆଲୋଚନା ପାଇଁ ଡାକିଥିଲେ। ପରେ ଏହି ଘଟଣାକୁ ନେଇ ପୋଲିସରେ ମାମଲା ରୁଜୁ ହୋଇଥିଲା। ଅନ୍ୟପଟେ ଶରଦ କପୁର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ନିଜକୁ ମିଥ୍ୟା ମାମଲାରେ ଫସାଇବାକୁ ଉଦ୍ୟମ କରାଯାଉଥିବା କହିଥିଲେ। ଏହି ବିବାଦ ତାଙ୍କ କ୍ୟାରିୟର ଉପରେ କେତେ ପ୍ରଭାବ ପକାଇଥିଲା, ତାହା ସ୍ପଷ୍ଟ ନୁହେଁ। ତେବେ ଏହି ମାମଲାରେ ଅଭିଯୋଗକୁ ପ୍ରମାଣିତ ତଥ୍ୟ ଭାବେ ଧରିବା ଠିକ୍ ହେବ ନାହିଁ।
ଶରଦ କପୁରଙ୍କ ନୂଆ ଅପିଲ୍
ନଭେମ୍ବର ୧୪ ତାରିଖରେ ଶରଦ କପୁର ଆଉ ଏକ ଭିଡିଓ ଜରିଆରେ ନିଜ ମନର କଥା କହିଥିଲେ। ସେ ବଲିଉଡ୍ ଇଣ୍ଡଷ୍ଟ୍ରି ଓ ସିନେମା ଜଗତ ସହ ଜଡ଼ିତ ଲୋକଙ୍କୁ କାମ ଦେବା ପାଇଁ ଅନୁରୋଧ କରିଥିଲେ। ତାଙ୍କ କହିବା ଅନୁସାରେ, ସେ ଆଉଥରେ ଅଭିନୟ ଦୁନିଆକୁ ଫେରିବାକୁ ଚାହୁଁଛନ୍ତି। ସେ କହିଥିଲେ, ତାଙ୍କୁ ଆର୍ଥିକ ସାହାଯ୍ୟ ଅପେକ୍ଷା ଭଲ କାମ ଓ ମାନସିକ ସମର୍ଥନର ଆବଶ୍ୟକତା ଅଧିକ। ସେ ଜଣେ ଅଭିନେତା ଏବଂ ନିଜ ଅଭିନୟ ଦକ୍ଷତା ଉପରେ ତାଙ୍କର ଭରସା ରହିଛି। ତାଙ୍କର ଏହି ଅପିଲ୍ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ ଶରଦ। ଅନେକ ଲୋକ ତାଙ୍କୁ ସମର୍ଥନ କରିଥିଲେ। ତାଙ୍କର ପୁରୁଣା ସହକର୍ମୀ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଲୋକ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିଥିବା ଖବର ସାମ୍ନାକୁ ଆସିଥିଲା। ଏପରିକି ଅଭିନେତା ସୋନୁ ସୁଦ୍ ମଧ୍ୟ ଶରଦ କପୁରଙ୍କୁ ଭେଟିଥିବା ଖବର ଆସିଛି। ତେବେ ଏହି ପୂରା ଘଟଣାରେ ଆଉ ଏକ ପ୍ରଶ୍ନ ଉଠୁଛି। ଜଣେ କଳାକାରଙ୍କ ଅସୁସ୍ଥତା ଓ ବ୍ୟକ୍ତିଗତ ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓ ତିଆରି କରିବା କେତେ ଠିକ୍? ଶରଦଙ୍କ ବନ୍ଧୁ ହେମା ଚୌଧୁରୀ ମଧ୍ୟ ତାଙ୍କ ପରିସ୍ଥିତିକୁ ନେଇ ଅନାବଶ୍ୟକ ଚର୍ଚ୍ଚା ଓ ଭିଡିଓ ପ୍ରସ୍ତୁତିକୁ ସମାଲୋଚନା କରିଛନ୍ତି। ତାଙ୍କ ମତରେ, ଜଣେ ଅସୁସ୍ଥ ମଣିଷଙ୍କୁ ସାହାଯ୍ୟ କରିବା ଜରୁରୀ, ତାଙ୍କ ଅସହାୟତାକୁ ନେଇ ପ୍ରଚାର କରିବା ନୁହେଁ।
.jpeg)
ଏବେ ଶରଦଙ୍କ ଆଗାମୀ ଯୋଜନା କ'ଣ?
ଶରଦ କପୁର ନିଜ ଗୋଡ଼ର ଆଘାତରୁ ସୁସ୍ଥ ହେବା ପରେ ପୁଣିଥରେ ଅଭିନୟ ଜଗତକୁ ଫେରିବାକୁ ଚାହୁଁଛନ୍ତି। ଫିଲ୍ମ, ଟେଲିଭିଜନ୍ ହେଉ କିମ୍ବା ଙଞଞ ପ୍ଲାଟଫର୍ମ, ଯେକୌଣସି ଭଲ ଭୂମିକା ମିଳିଲେ ସେ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ତାଙ୍କର ଆଶା ରହିଛି ଯେ ଖୁବ୍ଶୀଘ୍ର ସେ ସୁସ୍ଥ ହୋଇ ପୁଣିଥରେ କ୍ୟାମେରା ସାମ୍ନାକୁ ଆସିବେ। ନିଜ ପୋଷା କୁକୁରମାନଙ୍କୁ ମଧ୍ୟ ଫେରାଇ ଆଣିବେ। ଦିନେ 'ଜୋଶ୍' ଫିଲ୍ମରେ ଶାହରୁଖ ଖାନଙ୍କ ସହ ଟକ୍କର ଦେଇଥିବା ଶରଦ କପୁର ଆଜି ନିଜ କ୍ୟାରିୟରର ଏକ ନୂଆ ମୋଡ଼ରେ ଠିଆ ହୋଇଛନ୍ତି। ତାଙ୍କର ଆଗାମୀ ଯାତ୍ରା କେମିତି ରହିବ, ତାହା ସମୟ ହିଁ କହିବ। ଏହି ପୂରା ଘଟଣା ଆମକୁ ଗୋଟିଏ କଥା ଶିଖାଉଛି। ଜୀବନରେ ଲୋକପ୍ରିୟତା, ସଫଳତା ଓ ପ୍ରସିଦ୍ଧି ସବୁବେଳେ ଗୋଟିଏ ଭଳି ରହେ ନାହିଁ। କେତେବେଳେ ଜଣେ ସଫଳ ବ୍ୟକ୍ତି ମଧ୍ୟ କଠିନ ସମୟ ଦେଇ ଗତି କରନ୍ତି। ଏଭଳି ସମୟରେ ତାଙ୍କୁ ଉପହାସ ନୁହେଁ, ବରଂ ସହଯୋଗ ଓ ସମର୍ଥନର ଆବଶ୍ୟକତା ରହିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
