ଲାଞ୍ଚ ମାମଲା : ଭଟଲି ସବ-ଟ୍ରେଜେରୀର ପୂର୍ବତନ କିରାଣୀଙ୍କୁ ୪ ବର୍ଷ ଜେଲ
ଭୁବନେଶ୍ବର, ୨୩।୭ : ବରଗଡ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଏକ ଲାଞ୍ଚ ମାମଲାର ବିଚାର କରି ବରଗଡ ଜିଲ୍ଲା ଭଟଲି ସବ ଟ୍ରେଜେରୀର ଅବସରପ୍ରାପ୍ତ ବରିଷ୍ଠ କିରାଣୀଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ପୂର୍ବତନ ବରିଷ୍ଠ କିରାଣୀ ରାଜେନ୍ଦ୍ର ନାରାୟଣ ମେହେର।
ଭଟଲି ସବ-ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣୀ ରାଜେନ୍ଦ୍ର ନାରାୟଣ ମେହେର ଏକ ବିଲ୍ ପାସ କରିବା ପାଇଁ ସିଆରସିସିଙ୍କ ଠାରୁ ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଏ ନେଇ ଏକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା। ବରଗଡ ଭିଜିଲାନ୍ସ କୋର୍ଟ ସ୍ବତନ୍ତ୍ର ବିଚାରପତି ଏହି ମାମଲାର ଶୁଣାଣି କରି ରାଜେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ରାୟ ଶୁଣାଇଛନ୍ତି। ଏହି ଦଣ୍ଡାଦେଶ ପରେ ଭିଜିଲାନ୍ସ ପକ୍ଷରୁ ରାଜେନ୍ଦ୍ରଙ୍କ ପେନସନ ବନ୍ଦ କରିବା ପାଇଁ ସମ୍ପୃକ୍ତ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବେ ବୋଲି ଜଣାପଡିଛି।
ଆହୁରି ପଢନ୍ତୁ : ମହାନଦୀ ଜଳ ବିବାଦ ମାମଲା : କେନ୍ଦ୍ର ସରକାର–କେନ୍ଦ୍ର ଜଳ କମିଶନଙ୍କୁ ମଧ୍ୟସ୍ଥତା ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।