23 JULY 2026

Welcome!

Unlock your personalized experience.
Sign Up

ବୈଭବଙ୍କ ଅର୍ଦ୍ଧଶତକ, ଜିମ୍ବାଓ୍ବେକୁ ପ୍ରଥମ ଟି-୨୦ ହରାଇଲା ଭାରତ

Jul 23, 2026 - 19:50
ବୈଭବଙ୍କ ଅର୍ଦ୍ଧଶତକ, ଜିମ୍ବାଓ୍ବେକୁ ପ୍ରଥମ ଟି-୨୦ ହରାଇଲା ଭାରତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବଡ଼ ବିଜୟ । ପ୍ରଥମ ଟି-୨୦ରେ ଜିମ୍ବାଓ୍ବେକୁ ୭ ଓ୍ବିକେଟରେ ପରାସ୍ତ କରିଛି । ୧୨୬ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦଳ ୩୪ ବଲ ପୂର୍ବରୁ ଏହାକୁ ହାସଲ କରି ନେଇଛି । ଦଳ ପକ୍ଷରୁ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ଭାରତ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ରହିଥିଲା । ଓପନର ଅଭିଶେକ ଶର୍ମା ୮ ବଲରୁ ମାତ୍ର ୧ ରନ କରି ଆଉଟ୍ ହୋଇଥିଲେ । ତେବେ ସାଥୀ ଖେଳାଳି ବୈଭବଙ୍କ ବ୍ୟାଟ୍ କିନ୍ତୁ ଅଟକି ନଥିଲା । ସେ ଇଶାନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇବା ସହ ୧୯ ବଲରୁ ୫୦ ରନ କରିଛନ୍ତି । ଯେଉଁଥିରେ ୪ ଚୌକା ଏବଂ ୪ ଛକା ରହିଛି । ଏହା ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ।

ଏହାସହ ଭାରତ ପକ୍ଷରୁ ଇଶାନ କିଷନ ୨୪ ବଲରୁ ୩୫ ରନ କରିଛନ୍ତି । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୨୮ ରନ କରିଥିବାବେଳେ ତିଲକ ବର୍ମା ରନ କରିବାରେ ସକ୍ଷମ ହୋଇଛନ୍ତି । ସେପଟେ ଜିମ୍ବାଓ୍ବେ ପକ୍ଷରୁ ମୁଜରବାନି ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଜିମ୍ବାଓ୍ବେ ବ୍ୟାଟିଂ କରିଥିବାବେଳେ ପ୍ରଥମ ବଲରୁ ଲାଗିଥିଲା ଝଟକା । ମୟଙ୍କ ଯାଦବ ଭାରତକୁ ଦେଇଥିଲେ ସଫଳତା । ଜିମ୍ବାୱେର ବ୍ୟାଟରମାନେ ତିନି ଦ୍ରୁତ ବୋଲର-ମୟଙ୍କ ଯାଦବ, ଅଶୋକ ଶର୍ମା ଏବଂ ପ୍ରିନ୍ସ ଯାଦବଙ୍କ ଘାତକ ବୋଲିଂକୁ ସହ୍ୟ କରିପାରି ନଥିଲେ। ମୟଙ୍କ ଯାଦବ ଓପନିଂ ଡେଲିଭରିରେ ବ୍ରାଏନ୍ ବେନେଟ୍ଙ୍କୁ ଆଉଟ୍ କରିଥିଲେ । ପରେ ଦଳର ବ୍ୟାଟ୍ସମ୍ୟାନ ଦୀର୍ଘ ସମୟ ତିଷ୍ଠିପାରିନଥିଲେ । ଦଳ ୭ ଓ୍ବିକେଟରେ ୧୨୫ ରନ କରିବାରେ ସକ୍ଷମ ହୋଇଥିଲା ।

ୱେସଲି ମାଧେଭେରେ ଏବଂ ତାଡିୱାନାଶେ ମାରୁମାନି ଏକ ଗୁରୁତ୍ୱପୂର୍ଣ୍ଣ ୫୭ ରନ୍ ଭାଗୀଦାରି କରିଥିଲେ, ଯାହା କୌଣସି ପ୍ରକାରେ ଜିମ୍ବାୱେର ମୋଟ ସ୍କୋରକୁ ୧୦୦ ରନ୍ ଅତିକ୍ରମ କରିବାରେ ସହାୟକ ହୋଇଥିଲା । ଏହାସହ ବ୍ରୁଲ୍ ୨୭ ରନ କରିବାରେ ସକ୍ଷମ ହୋଇଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ମୟଙ୍କ ଏବଂ ପ୍ରୀନ୍ସ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଏହାସହ ଶିଭବ ଦୁବେ ଏବଂ ବିଷ୍ଣୋଇ ଗୋଟିଏ ଲେଖାଏ ଓ୍ବିକେଟ ଅକ୍ତିଆର କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।