୧୦୦କୋଟି ଟଙ୍କା… ‘ରାମାୟଣ’ କରୁଛି ମ୍ୟୁଜିକ ରାଇଟ୍ସର ସବୁଠାରୁ ବଡ଼ ଡିଲ୍
ମୁମ୍ବାଇ,୨୮/୭ : ରଣବୀର କପୁର ଏବଂ ୟଶ ମୁଖ୍ୟ ଭୂମିକାରେ ଥିବା ଫିଲ୍ମ ‘ରାମାୟଣ’ ପ୍ରତ୍ୟେକ ଦିନ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି । ନିକଟରେ ଫିଲ୍ମ ପ୍ରି- ରିଲିଜ ବିଜନେଶ ଡିଲ୍ସ ଲାଗି ଚର୍ଚ୍ଚାରେ ଥିଲା । ଯାହାକି ଏବେ ଫିଲ୍ମ ନିଜ ମ୍ୟୁଜିକ ରାଇଟ୍ସ ଡିଲକୁ ନେଇ ଚର୍ଚ୍ଚାରେ ରହିଛି । ଫିଲ୍ମର ପ୍ରଡ୍ୟୁସର ନମିତ ମହ୍ଲୋତ୍ରା ବଲିଉଡ଼ ଇତିହାସର ସବୁଠାରୁ ବଡ଼ ମ୍ୟୁଜିକ୍ ରାଇଟ୍ସ ଡିଲ୍ କରିବା ଲକ୍ଷ୍ୟରେ ଅଛନ୍ତି । ଏହାର ମ୍ୟୁଜିକ୍ ରାଇଟ୍ସ କିଣିବାକୁ ବଡ଼ ବଡ଼ କମ୍ପାନୀ ଏବେ ଲାଇନରେ ।
ରିପୋର୍ଟ ଅନୁସାରେ ରାମାୟଣର ପ୍ରଯୋଜକ ନମିତ ମହ୍ଲୋତ୍ରା ରାମାୟଣର ମ୍ୟୁଜିକ୍ ରାଇଟ୍ସର ଡିଲ୍ ୧୦୦କୋଟି ଟଙ୍କାରେ କରିବାକୁ ଚାହୁଁଛନ୍ତି । ତାଙ୍କୁ ୬୦ ଏବଂ ୭୦କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ମିଳିଛି । ମାତ୍ର ତାଙ୍କ ନଜର ୧୦୦କୋଟି ଉପରେ ରହିଛି । ସୂଚନା ମୁତାବକ ସବୁ ଭାଷାରେ ଗ୍ଲୋବାଲ୍ ମ୍ୟୁଜିକ୍ ରାଇଟ୍ସ ଲାଗି ନମିତ ଏତେ ବଡ଼ ସଂଖ୍ୟାରେ ଡିଲ୍ କରିବାକୁ ବିଚାର କରୁଛନ୍ତି । ପ୍ରକାଶ ଯେ, ଡିଲ୍ କେବଳ ରାମାୟଣର ପ୍ରଥମ ପାର୍ଟ ଲାଗି ରହିବ ।
ରାମାୟଣର ମେକର୍ସଙ୍କ ସହ ମ୍ୟୁଜିକ୍ ରାଇଟ୍ସ ଡିଲକୁ ନେଇ କେତେକ କମ୍ପାନୀ କଥାବାର୍ତ୍ତା କରୁଛନ୍ତି । ଲାଇନରେ ଟି-ସିରିଜ, ୟୁନିଭର୍ସଲ, ସୋନୀ ମ୍ୟୁଜିକ, ସାରେଗାମା ଆଦି ସାମିଲ ରହିଛି । ସୂଚନା ଅନୁସାରେ ୬୦କୋଟି ଟଙ୍କାର ଅଫର ଟି-ସିରିଜ ଦେଇଛି । ଯାହାକି ସୋନୀ ମ୍ୟୁଜିକ ୭୦କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦେଇଛି । ଯଦି ୧୦୦କୋଟି ଟଙ୍କାରେ ଏହି ଡିଲ୍ ହେବ ନାହିଁ ଏବଂ ୭୦ କିମ୍ବା ୬୦କୋଟି ଟଙ୍କାରେ ବି ଡିଲ୍ ପକ୍କା ହୁଏ ତେବେ ବି ଏହି ଡିଲ୍ ଏବେ ପର୍ଯ୍ୟନ୍ତ ବଲିଉଡ଼ ଇତିହାସର ସବୁଠାରୁ ବଡ଼ ମ୍ୟୁଜିକ୍ ରାଇଟ୍ସ ଡିଲ୍ ହେବ । ଏହା ପୂର୍ବରୁ ରଣବୀର ସିଂହଙ୍କ ବ୍ଲକବଷ୍ଟର ଫିଲ୍ମ ‘ଧୁରନ୍ଧର : ଦ ରିଭେଞ୍ଜ’ର ମ୍ୟୁଜିକ ରାଇଟ୍ସ ଡିଲ୍ ଟି-ସିରିଜ ୫୪ କୋଟି ଟଙ୍କାରେ କରିଥିଲା ।
ଦୁଇଟି ପାର୍ଟରେ ନିର୍ମିତ ରାମାୟଣର ନିର୍ଦ୍ଦେଶନା ନିତେଶ ତିଓ୍ବାରୀ କରୁଛନ୍ତି । ପ୍ରଥମ ପାର୍ଟ ଚଳିତ ବର୍ଷ ଦିଓ୍ବାଲୀ ଏବଂ ଦ୍ବିତୀୟ ପାର୍ଟ ଆସନ୍ତା ବର୍ଷ ଦିଓ୍ବାଲୀରେ ରିଲିଜ ହେବ । ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀ ରାମ, ସାଇ ପଲ୍ଲବୀ ମାତା ସୀତା, ସନୀ ଦେଓଲ ହନୁମାନ ଜୀ, ରବି ଦୁବେ ଲକ୍ଷ୍ମଣ ଜୀ, ଅରୁଣ ଗୋବିଲ ରାଜା ଦଶରଥ ଏବଂ ୟଶ ରାବଣ ଚରିତ୍ରରେ ନଜର ଆସିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।