ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

Jun 17, 2026 - 16:38
ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

ରାଜନଗର,୧୭ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ପଟ୍ଟାମୁଣ୍ଡାଇ ମୁଖ୍ୟ ତଳ ରାସ୍ତାର ମଦଭାଟିଠାରୁ କିଛି ଦୂରରେ ରାସ୍ତା ତଳକୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି। ଯୁବକଙ୍କ ବୟସ ୨୫ରୁ ୩୦ ବର୍ଷ ଭିତରେ ହେବ। ସଂସାରଫଳ ଗ୍ରାମାଞ୍ଚଳ ଅଧିକାରୀ ଶ୍ରୀକାନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।