୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର
ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ ହେବେ ବୋଲି ଆଶା କରାଯାଉଛି। ଆସନ୍ତୁ ଜାଣିବା ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ସମ୍ପର୍କରେ।
ପାକିସ୍ତାନ ସରକାରଙ୍କ ସ୍ୱତନ୍ତ୍ର ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥର କମାଇ ଦିଆଯାଇଛି। ଏହି ହ୍ରାସ ପରେ ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ପ୍ରତି ଲିଟର ପିଛା ୩୭୩.୭୮ ପାକିସ୍ତାନୀ ଟଙ୍କା ଏବଂ ଡିଜେଲ ମୂଲ୍ୟ ପ୍ରତି ଲିଟର ପିଛା ୩୭୮.୭୮ ପାକିସ୍ତାନୀ ଟଙ୍କା ହୋଇଯାଇଛି। ଜୁନ ୨୦୨୬ ଆରମ୍ଭରେ ମଧ୍ୟ ସରକାର ପେଟ୍ରୋଲ ଦର ପ୍ରତି ଲିଟର ପିଛା ପ୍ରାୟ ୪ ପାକିସ୍ତାନୀ ଟଙ୍କା କମାଇଥିଲେ। ଏହା ପୂର୍ୱରୁ ମଧ୍ୟ ଅନେକ ଥର ମୂଲ୍ୟ ହ୍ରାସ କରାଯାଇ ସାରିଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟ ହ୍ରାସ ପାଇବା ଏବଂ ସରକାରଙ୍କ ଟ୍ୟାକ୍ସ ପଲିସିରେ ପରିବର୍ତ୍ତନ ଆସିବା ହିଁ ଇନ୍ଧନ ଦର କମିବାର ମୁଖ୍ୟ କାରଣ। ପାକିସ୍ତାନ ଆମଦାନୀ ହେଉଥିବା ତେଲ ଉପରେ ବହୁଳ ଭାବେ ର୍ନିଭରଶୀଳ, ତେଣୁ ଗ୍ଲୋବାଲ ମାର୍କେଟର ପ୍ରଭାବ ସିଧାସଳଖ ଘରୋଇ ବଜାର ଉପରେ ପଡ଼ିଥାଏ।
ମାର୍ଚ୍ଚ ୨୦୨୬ ରେ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ିବା ପରେ ପାକିସ୍ତାନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି କରିଥିଲା। ସେହି ସମୟରେ ସରକାର ଆନ୍ତର୍ଜାତୀୟ ତୈଳ ସଙ୍କଟର ଦୋଷ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱ ପରିସ୍ଥିତିରେ ସୁଧାର ଆସିବା ସହ ଦରରେ କ୍ରମାଗତ ହ୍ରାସ ଘଟିବା ଆରମ୍ଭ ହୋଇଥିଲା।
ମୂଲ୍ୟରେ କ୍ରମାଗତ ହ୍ରାସ ସତ୍ତ୍ୱେ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ଭାରତ ସହ ତୁଳନା କରାଯାଉଛି। ଭାରତୀୟ ମୁଦ୍ରା (INR) ହିସାବରେ ଦେଖିଲେ, ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର ୧୨୭.୭୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ପ୍ରତି ଲିଟର ୧୨୯.୪୨ ଟଙ୍କା ରହିଛି। ଅନ୍ୟପଟେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୧୦୨.୧୨ ଟଙ୍କା ଏବଂ ଡିଜେଲ ମୂଲ୍ୟ ପ୍ରତି ଲିଟର ୯୫.୨୦ ଟଙ୍କା ରହିଛି।
ଦୁଇ ଦେଶର ତୈଳ ଦରର ଏକ ତୁଳନାତ୍ମକ ଚିତ୍ର (ଭାରତୀୟ ମୁଦ୍ରାରେ):
ଦିଲ୍ଲୀରେ ପେଟ୍ରୋଲ ୧୦୨.୧୨ ଟଙ୍କା
ପାକିସ୍ତାନ (ଭାରତୀୟ ମୁଦ୍ରା ଅନୁସାରେ) ୧୨୭ ଟଙ୍କା
ଉଭୟ ଦେଶର ଟ୍ୟାକ୍ସ ବ୍ୟବସ୍ଥା, ଆମଦାନୀ ଖର୍ଚ୍ଚ ଏବଂ ସରକାରୀ ନୀତି ଭିନ୍ନ ହୋଇଥିବାରୁ ଇନ୍ଧନ ମୂଲ୍ୟରେ ଏହି ପାର୍ଥକ୍ୟ ଦେଖିବାକୁ ମିଳେ। ଏହି କାରଣରୁ ଉଭୟ ଦେଶର ମୂଲ୍ୟକୁ ସିଧାସଳଖ ତୁଳନା କରିବା ସବୁବେଳେ ସହଜ ହୋଇନଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।