ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରକ , ଦମ୍ପତି ମୃତ
ବ୍ରହ୍ମପୁର, ୧୬।୭ : ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ରାସ୍ତା ପାର ହେଲା ବେଳେ ଟ୍ରକ ଦେଲା ଧକ୍କା। ଟ୍ରକ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ୱାମୀ ହରିଶ୍ଚନ୍ଦ୍ର ଦାସ ଓ ସ୍ତ୍ରୀ ପରି ଦାସ । ଦୁର୍ଘଟଣା ପରେ ଉତ୍ତେଜନା ଦେଖା ଦେଇଛି।
ଗୋଳନ୍ଥରା ଥାନା ଅଧିନସ୍ଥ ରଣ୍ଢା ସାହିର ହରିଶ୍ଚନ୍ଦ୍ର ଦାସ ଓ ସ୍ତ୍ରୀ ପରି ଦାସ ବୁଧବାର ସକାଳେ ଜାତୀୟ ରାଜପଥ ପାର ହୋଇ ଡାକ୍ତରଖାନାକୁ ଯାଉଥିଲେ। ଏହି ସମୟରେ ଦମ୍ପତିଙ୍କୁ ପ୍ରଥମେ କାର ପରେ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହରିଶ୍ଚନ୍ଦ୍ର ଓ ପରି ଦାସଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଗୋଳନ୍ଥରା ପୋଲିସ ଓ ଅନ୍ୟ ପୋଲିସ ଅଧିକାରୀ ପହଂଚି ଘଟଣାର ତଦନ୍ତ. କରୁଛନ୍ତି। ତେବେ ଏହି ଘଟଣା ପରେ କ୍ଷତି ପୂରଣ ଓ ଓଭରବ୍ରିଜ ନିର୍ମାଣ ଦାଵୀରେ ଅଞ୍ଚଳବାସୀଙ୍କ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
ଆହୁରି ପଢନ୍ତୁ : ପହଣ୍ଡିରେ 'ଟାହିଆ'ଶୂନ୍ୟ ମହାପ୍ରଭୁ, ଓଡ଼ିଆ ଜାତିର ଭାବାବେଗକୁ ଆଘାତ, ଅଶୁଭ ସଂକେତ କି ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।