ପୁରୀ ମରିଚକୋଟ ନିକଟରେ ଠେଲାପେଲା , ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତ ମୃତ
ପୁରୀ,୧୬।୭ : ରଥଯାତ୍ରା ବେଳେ ଅଘଟଣ। ପୁରୀ ମରିଚକୋଟ ନିକଟରେ ଠେଲାପେଲା। ଏହି ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତର ମୃତ୍ୟୁ ଘଟିଛି। ମୃତ ଭକ୍ତ ଜଣକ ହେଲେ କଟକର ଅନିଲ ଦାସ।
ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ପୁରୀ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ଅସଂଖ୍ୟ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ସାଜିଛି । ଆଉ ଏହି ଗହଳିରେ ଏକ ଅଘଟଣ ଘଟିଛି । ଠାକୁରଙ୍କୁ ଦେଖିବା ପାଇଁ ମରିଚକୋଟ ନିକଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତ ତଳେ ପଡିଯାଇଥିଲେ। ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ମହାପ୍ରଭୁଙ୍କୁ ଦେଖି ସୁଖ ଦୁଃଖ ସବୁ କହିବେ ବୋଲି ଭାବିଥିଲେ ଭକ୍ତ । ଦଉଡି ଆସିଥିଲେ ମହାପ୍ରଭୁଙ୍କ ନିକଟରକୁ । ଦୁଇ ହାତ ଟେକି ନିଜକୁ ସମର୍ପି ମଧ୍ୟ ଦେଇଥିବେ । କିନ୍ତୁ କିଏ ଜାଣିଥିଲା ଚଳିତ ବର୍ଷ ରଥଯାତ୍ରା ହେବ ତାଙ୍କ ଜୀବନର ଶେଷ ଦିନ ହେବ ବୋଲି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।