ରାସ୍ତା ପଚାରିବା ବାହାନାରେ ସୁନା ଲୁଟ୍, ଛୁରୀ ଦେଖାଇ ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ: ବିଜେପୁର-ପଦ୍ମପୁର ରାସ୍ତାର ପହଣ୍ଡି ଗାଁ ନିକଟରେ ଲୁଟ୍ ଓ ଆକ୍ରମଣ ଅଭିଯୋଗ। ତିନିଜଣ ଦୁର୍ବୃତ୍ତ ବାଇକ୍ରେ ଆସି ରାସ୍ତା ପଚାରିବା ବାହାନାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍ କରିବା ସହ ଛୁରୀ ଦେଖାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ପଦ୍ମପୁର ଯିବା ରାସ୍ତା ପଚାରିବା ପରେ ଜଣେ ମହିଳାଙ୍କ ଶାଢ଼ୀ ଟାଣିଥିଲେ। ପରେ ଛୁରୀ ଦେଖାଇ ତାଙ୍କଠାରୁ ସୁନା ଗହଣା ଲୁଟି ନେଇଥିଲେ। ମହିଳା ଓ ଅନ୍ୟମାନେ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାପଡ଼ିଛି।
ଏହି ଘଟଣାରେ ୩ ଜଣ ଆହତ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଆହତମାନେ ଝିର୍ଲି ଗାଁର ବାସିନ୍ଦା। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ବିଜେପୁର ହସ୍ପିଟାଲକୁ ନିଆଯାଇଥିବାବେଳେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
