ରାଷ୍ଟ୍ରୀୟ ଗୌରବ ସମ୍ମାନ ପାଇଲେ ଗୁରୁ ଧ୍ୟାନାନନ୍ଦ ପଣ୍ଡା, ଅଞ୍ଚଳରେ ଖୁସିର ଲହରୀ

Jun 28, 2026 - 20:04
ରାଷ୍ଟ୍ରୀୟ ଗୌରବ ସମ୍ମାନ ପାଇଲେ ଗୁରୁ ଧ୍ୟାନାନନ୍ଦ ପଣ୍ଡା, ଅଞ୍ଚଳରେ ଖୁସିର ଲହରୀ

ଭବାନୀପାଟଣା,୨୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମହାବୀର ପଡା ସ୍ଥିତ ଗୁରୁ ଧ୍ୟାନାନନ୍ଦ ପଣ୍ଡା ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ଠାରେ ଶୁକ୍ରବାର ଆମ୍ବେଦକର ଗ୍ଲୋବାଲ ଫାଉଣ୍ଡେସନ ଓ ଭାରତୀୟ ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି।

ଲୋକକଳା କ୍ଷେତ୍ରରେ ଗବେଷଣା ଓ ପ୍ରଚାର ପ୍ରସାର ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୂର୍ବରୁ ଗୁରୁ ପଣ୍ଡା ରାଷ୍ଟ୍ରୀୟ ଯୁବ ପୁରସ୍କାର ଓ ଉସ୍ତାଦ ବିଷମିଲ୍ହା ଖାଁ ଯୁବ ପୁରସ୍କାର ମଧ୍ୟ ଭାରତ ସରକାରଙ୍କ ଠାରୁ ଗ୍ରହଣ କରିସାରିଛନ୍ତି । ଏହି ସମ୍ମାନ ପାଇଲା ପରେ ଜିଲାରେ ଖୁସିର ଲହରୀ ଖେଳି ଯାଇଛି ।

ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷ ଗୁରୁ ଜୟନ୍ତ କୁମାର ବେହେରା ମହାବୀର ଅନୁଷ୍ଠାନ ସଭାପତି ଶାନ୍ତନୁ କୁମାର ବେହେରା, ଅକ୍ଷୟ କୁମାର ଦାସ, ଡ଼ା ଅଜୟ ମିଶ୍ର, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ବିନୋଦ ବିହାରୀ ମିଶ୍ର, ଚିନ୍ତୁ ପ୍ରସାଦ ନାଏକ, ଆଇନଜୀବୀ ଗୋପାଳ ପ୍ରସାଦ ସାହୁ, ଦେବେଶ କୁମାର ସି, ଅବଦୁଲ କାଦିର, ପଦ୍ମନାବ କୁମାର ଓ ତାଙ୍କ ଧର୍ମ ପତ୍ନୀ ନମିତା ମିଶ୍ର ସମେତ ବହୁ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

Dharitri – Odisha’s No.1 Odia Daily