ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

Jun 28, 2026 - 16:29
ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌। ଯାହା ଫଳରେ ଘଟଣାସ୍ଥଳରେ ହିଁ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଉମରକୋଟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଘଟିଛି ଏହି ଦୁର୍ଘଟଣା।

ସୂଚନାନୁଯାୟୀ, ଝରିଗାଁ ବ୍ଲକ ଡ଼ଙ୍ଗରିଗୁଡ଼ା ପଞ୍ଚାୟତ କୋଈଗାଁ ଅଞ୍ଚଳର ଜଣେ ମା’ ନିଜର ୩ ପିଲାଙ୍କୁ ସହ ଉମରକୋଟ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ରାସ୍ତାରେ ଯାଉଥିଲେ। ଏହି ସମୟରେ ଏକ ମିନି ଟ୍ରକ୍‌ ହଠାତ୍‌ ୪ ବର୍ଷର ଶିଶୁକନ୍ୟାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଜଣେ ଅଟୋ ଚାଳକ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗାଡ଼ିଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

Dharitri – Odisha’s No.1 Odia Daily