ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

Jul 11, 2026 - 15:49
ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ଲୁଟ୍‌ ଉଦ୍ୟମ କରିବା ଏବଂ ଦଉଡ଼ି ଛିଡ଼ିବା ତଥା କୁକୁରମାନେ ଜୋର୍‌ରେ ଭୁକିବା ପରେ ଲୁଟେରାମାନେ ମେଶିନ ଛାଡ଼ି ପଳାଇଛନ୍ତି।

ଖଇରା ପୋଲିସ ଶନିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ରେ ୪ଜଣ ଲୁଟେରା ଏକ ଥାର୍‌ ଗାଡ଼ିରେ ଆସି ଏଟିଏମ୍‌କୁ ତାଡି ଦଉଡ଼ିରେ ବାନ୍ଧି ଘୋଷାଡ଼ି ନେବାକୁ ଉଦ୍ୟମ କରିଥିଲେ। ତେବେ କିଛି ବାଟ ଯିବା ପରେ ଦଉଡ଼ିଟି ଛିଡ଼ିଯିବା ଏବଂ ବଜାର କୁକୁରମାନେ ଭୁକିବାରୁ ସେମାନେ ମେଶିନ ଛାଡି ପଳାଇଥିବା ଦେଖିବାକୁ ମିଳିଛି। ମେଶିନରୁ କେତେ ଟଙ୍କା ଲୁଟ୍‌ ହୋଇଛି ତାହା ଜଣା ପଡିନାହିଁ। ତୁଡିଗାଡ଼ିଆ ବଜାରରେ ଥିବା ଏଟିଏମ୍‌ ମେଶିନରୁ ବାରମ୍ବାର ଚୋରି ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଜାରରେ ପାଟ୍ରୋଲିଂ ତଥା ରାତ୍ରି ଜଗୁଆଳି ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ତୁଡିଗଡ଼ିଆ ବଜାରବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।