ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

Jul 11, 2026 - 17:26
ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରି ଭାରତୀୟ ନୌବାହିନୀରେ ବିଧିବଦ୍ଧ ଭାବେ ସାମିଲ ହୋଇଛି।

ରାଜନାଥ ଅଭିଭାଷଣରେ ମହେନ୍ଦ୍ରଗିରି ପର୍ବତ କଥା କହି ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ମହେନ୍ଦ୍ରଗିରି ପର୍ବତମାଳାର ନାମ ଅନୁସାରେ ନାମିତ, ଏହି ଯୁଦ୍ଧଜାହାଜ ସ୍ଥିରତା, ଶକ୍ତି ଏବଂ ଅଟଳ ସଂକଳ୍ପର ପ୍ରତୀକ ବୋଲି ରାଜନାଥ କହିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

INS ମହେନ୍ଦ୍ରଗିରି ଭାରତର ସାମୁଦ୍ରିକ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି। ଭାରତୀୟ ନୌସେନାର ଯୁଦ୍ଧଜାହାଜ ଡିଜାଇନ ବ୍ୟୁରୋ(WDB) ଦ୍ୱାରା ଡିଜାଇନ ଏବଂ ମାଜାଗାନ ଡକ୍‌ ସିପ୍ବିଲ୍ଡର୍ସ ଲିମିଟେଡ (MDL) ମୁମ୍ବାଇ ଦ୍ୱାରା ନିର୍ମିତ, ମହେନ୍ଦ୍ରଗିରି ହେଉଛି ପ୍ରୋଜେକ୍ଟ 17A ଶ୍ରେଣୀର ଷ୍ଟିଲ୍ଥ ଫ୍ରିଗେଟ୍ସର ଷଷ୍ଠ ଜାହାଜ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।