ରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ ରହିଲା
ଭୁବନେଶ୍ୱର : ରାଜସ୍ଥାନରେ ବନ୍ଦ ରହିଲା ଇସ୍କନ ର ଅଦିନିଆ ରଥଯାତ୍ରା । ଜୁଲାଇ ୧୦ରେ ରାଜସ୍ଥାନ ସିକର ଜିଲ୍ଲାରେ ରଥଯାତ୍ରା ପାଇଁ ଇସ୍କନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ତେବେ ଗତକାଲି ଗଜପତି ମହାରାଜଙ୍କ ଚିଠି ପରେ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ । ସେପଟେ ପୁରୀ ପ୍ରଶାସନ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ । ତିଥି ଅନୁସାରେ ରଥଯାତ୍ରା କରିବା ପାଇଁ ଚିଠିରେ ଅନୁରୋଧ କରିଥିଲେ ପୁରୀ ଜିଲ୍ଲାପାଳ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।