ଝାରପଡା ଜେଲ ରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ
ଭୁବନେଶ୍ୱର : ଝାରପଡ଼ାରେ ଜେଲରେ ଆଉ ଜଣେ ଏଚଆଇଭି ସଂକ୍ରମିତ ଚିହ୍ନଟ । ଝାଡ଼ାପଡା ସ୍ୱତନ୍ତ୍ର କାରାଗାରରେ ଆଉ ଜଣେ ବିଚାରାଧୀନ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଜେଲରେ ଏଚ୍ ଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୮ରୁ ବଢ଼ି ୯ରେ ପହଞ୍ଚିଛି । ଯାହା ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି ।
ଗତକାଲି ଏକ ଚୋରି ମାମଲାରେ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଝାଡ଼ାପଡା ଜେଲକୁ ପଠାଯାଇଥିଲା । ଜେଲରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏଚଆଇଭି ପଜିଟିଭ୍ ଥିବା ଜଣାପଡ଼ିଛି । ଫଳରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ପୃଥକ ବ୍ୟବସ୍ଥାରେ ରଖି ନିୟମାନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ସହିତ ସେମାନଙ୍କୁ କାଉନସେଲିଂ ଏବଂ ନିୟମିତ ସ୍ୱାସ୍ଥ୍ୟ ତଦାରଖ ସୁବିଧା ପ୍ରଦାନ କରାଯାଉଛି । ଅନ୍ୟ କଏଦୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲ ପରିସରରେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଏଚଆଇଭି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଜେଲ୍ ପ୍ରଶାସନ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ମାତ୍ର କିଛି ଦିନ ପୂର୍ବରୁ ଝାରପଡ଼ା ଜେଲରେ ୮ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଥିଲା । ଏଚଆଇଭି ସଂକ୍ରମିତଙ୍କ ଚିକିତ୍ସାପାଇଁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଓ ଭୁବନେଶ୍ବର ଡିସିପି ଓ ଜେଲ କର୍ତୃପକ୍ଷଙ୍କୁ ଅବଗତ କରାଇ ଥିଲେ ଜଣେ କଏଦୀଙ୍କ ଆଡଭୋକେଟ୍ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।