ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

Jul 09, 2026 - 15:34
ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର : ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ମହିଳା । ତାଙ୍କ ଦେହରେ ୬୦ ପ୍ରତିଶତ ଅଂଶ ଜଳିଯାଇଥିବା ସୂଚନା ମିଳିଛି । ବ୍ରହ୍ମପୁର ସହର ଲୋଚାପଡ଼ା ବାସୁଦେବନଗରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ଶରୀରର ୬୦ ପ୍ରତିଶତ ଜଳିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମହିଳା ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । 

ସୂଚନାନୁସାରେ, ମହିଳା ଜଣକ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ବିବାହ କରିଥିଲେ । ତେବେ ବର୍ତ୍ତମାନ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବାବେଳେ ଆଜି କୌଣସି କାରଣରୁ ସେ ଲୋଚାପଡ଼ା ବାସୁଦେବନଗର ସ୍ଥିତ ନିଜ ବାପ ଘରକୁ ଯାଇଥିଲେ ଏବଂ ସେଠାରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । 

ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟା ଉଦ୍ୟମ ପଛର ପ୍ରକୃତ କାରଣ କଣ ଜଣ ପଡିନଥିଲେ ମଧ୍ୟ ସେ ତାଙ୍କ ବାପାଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ତେବେ ଏହା କେତେଦୂର ସତ ତାହା ଜାଣିବା ପାଇଁ ପରିବାର ସଦସ୍ୟ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ପୋଲିସ  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।