15 JULY 2026

Welcome!

Unlock your personalized experience.
Sign Up

ରଥଯାତ୍ରା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Jul 15, 2026 - 21:09
ରଥଯାତ୍ରା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପୁରୀ, ୧୫।୭ : ରଥଯାତ୍ରା ର୍ବରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରା ପାଇଁ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ଶଙ୍କରାଚାର୍ଯ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ କରିଥିଲେ। ରଥଯାତ୍ରା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶକୁ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଶଙ୍କରାଚାର୍ଯ୍ୟ ।

ଅନ୍ୟପକ୍ଷରେ ରଥଯାତ୍ରାକୁ ନେଇ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି ବିଶ୍ୱାସ ଅଛି ମହାପ୍ରଭୁଙ୍କ ରଥଯାତ୍ରା ଭଲ ହେବ । ସମୟ ଅନୁଯାୟୀ ନୀତି ନିର୍ଘଣ୍ଟ ଚାଲିଛି। ଠାକୁର ରଥକୁ ଆସିବା ନୀତି ଓ ରଥ ଉପର ନୀତି ଠିକ୍ ଚାଲିବ। ପ୍ରଭୁଙ୍କ କରୁଣାରେ ସୁରୁଖୁରୁରେ ହେବ । ଶୃଙ୍ଖଳିତ ବ୍ୟବସ୍ଥା ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀ ରାଜ ହରିଚନ୍ଦନ।

ଅନ୍ୟପକ୍ଷରେ ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ଦାଣ୍ଡରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଡିଜି। ରଥଯାତ୍ରା ସୁରକ୍ଷାରେ ୧୩ ହଜାର ୫୦୦ ପୋଲିସ ନିୟୋଜିତ ହୋଇଛନ୍ତି । ବିଭିନ୍ନ ଦାୟିତ୍ୱରେ ୨୩ ଜଣ ଆଇପିଏସ ଙ୍କୁ ନିୟୋଜିତ କରାଯାଇଛି । ଶୃଙ୍ଖଲିତ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଟ୍ରାଫିକ ମ୍ୟାନେଜମେଣ୍ଟ ଠାରୁ ଆଇନ ଶୃଙ୍ଖଳା ସବୁକିଛି ପାଇଁ ପୋଲିସ ପ୍ରସ୍ତୁତ । ଟ୍ରାଫିକ ମ୍ୟାନେଜମେଣ୍ଟ ସହ ସମସ୍ତ ଆସୁଥିବା ଯାଉଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ୪୦୦ ରୁ ଅଧିକ ସିସିଟିଭି ଲଗାଯାଇଛି ବୋଲି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ପୋଲିସ ଏଡଭାଇଜରୀ ମାନିବାକୁ ଭକ୍ତଙ୍କୁ ପୋଲିସ ଡିଜି ଅପିଲ କରିଥିଲେ।

​​​​​​​ଆହୁରି ପଢନ୍ତୁ : ଲୀଳାକ୍ଷେତ୍ର କାଙ୍କଣଶିଖରୀ : ମାଦଳାପାଞ୍ଜିର ଇତିହାସରୁ ବିଶ୍ୱବନ୍ଦିତ ଅନନ୍ୟ ଜଳ ରଥଯାତ୍ରା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।