ଭାରତର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର କୁଡନକୁଲମର ସମ୍ବେଦନଶୀଳ ଡାଟା ଲିକ୍, ଡାର୍କଓ୍ବେବ୍ରେ ହଜାର ହଜାର ଡକ୍ୟୁମେଣ୍ଟ
ନୂଆଦିଲ୍ଳୀ,୧୫।୭: ତାମିଲନାଡୁ ସ୍ଥିତ ଦେଶର ସବୁଠାରୁ ବଡ କୁଡୁନକୁଲମ ନ୍ୟୁକ୍ଲିଅର ପାଓ୍ବାର ପାଣ୍ଟ ସମ୍ପର୍କିତ ସମ୍ବେଦନଶୀଳ ଡାଟା ଲିକ୍ ହୋଇଯାଇଛି। ଓ୍ବାର୍ଲ୍ଡ ଲିକ୍ସ ନାମକ ଦୁଇଟି ହ୍ୟାକର ଗ୍ରୁପ୍ ଏହି ପାଓ୍ବାର ପ୍ଲାଣ୍ଟର ସୂଚନା ପୋଷ୍ଟ କରିଛି। ଏଥିରେ ପ୍ଲାଣ୍ଟର କିଛି ଅଂଶର ବ୍ଲୁପ୍ରିଣ୍ଟ, ସପ୍ଳାୟର୍ସର ସୂଚନା, ମିଟିଂ ଓ ଇନ୍ସପେକ୍ସନ ରେକର୍ଡ, ଉପକରଣ ରିଭ୍ୟୁ ଓ ଇନସ୍ୟୁରାନ୍ସ ପଲିସି ସମ୍ପର୍କି ପ୍ରାୟ ୧୯,୦୦ ଜରୁରୀ ଦସ୍ତାବିଜର ଡିଟେଲ୍ସ ରହିଛି। ଓ୍ବାର୍ଲ୍ଡ ଲିକ୍ସ ହ୍ୟାକର ଗ୍ରୁପ୍ ଦାବି କରିଛି ଯେ, ଏହି ଦସ୍ତାବିଜ ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ଗ୍ରୁପ୍ର, ଯାହାକି ଏହି ପ୍ଲାଣ୍ଟରେ କନଟ୍ରାକ୍ଯର ରୂପରେ କାମ କରେ।
ତାମିଲନାଡୁ ସ୍ଥିତ କୁଡନକୁଲମ୍ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ଭାରତର ୭ ପରମାଣୁ ୟୁନିଟ୍ ଭିତରୁ ସବୁଠାରୁ ବଡ। ରଏଟର୍ସର ରିପୋର୍ଟ ଅନୁସାରେ, ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ଗ୍ରୁପ୍ କହିଛି ଯେ, ଏହାର ଡାଟାରେ ଆଶିଂକ ଲିକ୍ ହୋଇଛି। କମ୍ପାନୀ କହିଛି ଏହି ଡାଟା ଥାର୍ଡ ପାର୍ଟି ଡାଟା ସେଣ୍ଟର ସର୍ଭିସ ପ୍ରୋଭାଇଡର ୟୋଟ୍ଟାର ସର୍ଭରରେ ହୋଷ୍ଟ ଥିଲା। ରିଲାୟନ୍ସ ଏହି ଘଟଣାର ସୂଚନା ଭାରତ ସରକାରଙ୍କୁ ଦେଇଛନ୍ତି। ତେବେ କମ୍ପାନୀ ଏହା କହିନାହିଁ ଯେ, କେଉଁ ଭଳି ଡାଟା ଚୋରି ହୋଇଥିଲା।
ପରମାଣୁ ସୁରକ୍ଷା ସମ୍ପର୍କିତ ମାମଲାରେ ସରକାରଙ୍କୁ ପରାମର୍ଶ ଦେବା ଓ ଦେଶର ପ୍ରସ୍ତୁତିର ଆକଳନ କରୁଥିବା ସଂସ୍ଥା ନ୍ୟୁକ୍ଳିଅର ଥ୍ରେଟ୍ ଇନିଶିଏଟିଭ ସିନିୟର ଡାଇରେକ୍ଟର ନିକୋଲାସ୍ ରୋଥ୍ କହିଛନ୍ତି, ଡାଟା ଲିକ୍ ଦ୍ବାରା ପ୍ଳାଣ୍ଯର ସୁରକ୍ଷାକୁ ଗମ୍ଭୀର ବିପଦ ହୋଇପାରେ। ଏଭଳି ଘଟଣା କମ୍ପାନୀ ଉପରେ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଘଟଣା ପରମାଣୁ ସୁରକ୍ଷା ସମ୍ପର୍କିତ ମାମଲାରେ ସରକାରଙ୍କୁ ପରାମର୍ଶ ଦେବା ଓ ଦେଶର ପ୍ରସ୍ତୁତିର ଆକଳନ କରୁଥିବା ସଂସ୍ଥା ନ୍ୟୁକ୍ଳିଅର ଥ୍ରେଟ୍ ଇନିଶିଏଟିଭ ସିନିୟର ଡାଇରେକ୍ଟର ନିକୋଲାସ୍ ରୋଥ୍ କହିଛନ୍ତି, ଡାଟା ଲିକ୍ ଦ୍ବାରା ପ୍ଳାଣ୍ଯର ସୁରକ୍ଷାକୁ ଗମ୍ଭୀର ବିପଦ ହୋଇପାରେ। ଏଭଳି ଘଟଣା କମ୍ପାନୀ ଉପରେ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।