ଯୁଦ୍ଧରେ ଲାଗିବ ବିରାମ: ବଡ ଆକ୍ସନ ନେଲା ଭାରତ !

Oct 05, 2026 - 13:02
ଯୁଦ୍ଧରେ ଲାଗିବ ବିରାମ: ବଡ ଆକ୍ସନ ନେଲା ଭାରତ !

ନନ୍ଦିଘୋଷ ବ୍ୟୁରୋ: ଥମିବ ଋଷ-ୟୁକ୍ରେନ ଯୁଦ୍ଧ । ଦୁଇ ଦେଶର କଳି ତୁଟାଇବାକୁ ଆକ୍ଟିଭ ହେଲା ଭାରତ ।  ସିଧାସଳଖ କଥାବାର୍ତ୍ତା ହୋଇ ବାହାର କରିବ ସମାଧାନ ।  ଯାହା କୌଣସି ଦେଶ କରିପାରିଲେ ନାହିଁ, ତାହା ଏବେ କରି ଦେଖାଇବାକୁ ଯାଉଛି ଭାରତ । ଯୁଦ୍ଧ ସମାପ୍ତ କରିବାକୁ ଦୁଇ ପାଦ ଆଗକୁ ଯାଇ ବଡ ପଦେକ୍ଷପ ନେଇଛି । ଏନେଇ ରବିବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ଭାରତ ୟୁକ୍ରେନ ସଙ୍କଟର ସମାଧାନ କରିବା ପାଇଁ ଖାଲି ଲବି କରୁ ନାହିଁ ବରଂ ଉଭୟଙ୍କ ଭିତରେ ଚାଲିଥିବା ବିବାଦର କିଭଳି ସମାଧାନ ହୋଇପାରିବ, ସେଥିପାଇଁ  କିଭ ଏବଂ ମକ୍ସୋ ସହ ଆଲୋଚନା କରି ସାମ୍ପ୍ରତିକ ମାସଗୁଡିକରେ ସମାଧାନ କରିବାର ପ୍ରୟାସକୁ ତୀବ୍ର କରିଛି । ଯଦି ଦେଖିବା କିଛି ଦିନ ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଏହି ବିବାଦର ସମାଧାନ ପାଇଁ ଭଲ ଚିନ୍ତାଧାରା ରହିଛି ଯାହା ଉଭୟ ପକ୍ଷ ଦ୍ବାରା ଗ୍ରହଣୀୟ ହୋଇପାରେ । ଆଉ ଏବେ ଏକ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ବୟାନ ଆସିବା ପରେ ଦୀର୍ଘ ସମୟ ଧରି ଜାରି ରହିଥିବା ଯୁଦ୍ଧକୁ ସମ୍ପୁର୍ଣ୍ଣ ରୂପେ ଶେଷ କରିବା ପାଇଁ ଭାରତ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ ନିଆଯାଇପାରେ ବୋଲି ଆଶା ବଢିଛି ।

ସେପଟେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହାଙ୍କ କହିବା କଥା ଯେ, କିଭ୍ କୁ ସମ୍ଭାବ୍ୟ ଯୁଦ୍ଧ ବିରତି ପାଇଁ ଭାରତ ଏବଂ ଅନ୍ୟ ୩ ଟି ଦେଶ ଠାରୁ ପୃଥକ ପ୍ରସ୍ତାବ ମିଳିଛି । ସେହିପରି ଗତ ୪ ବର୍ଷରୁ ଅଧିକ ସମୟ ଧରି ଭାରତ ଲଗାତାର ଭାବେ ଆଲୋଚନା ଏବଂ କୁଟନୀତି ଜରିଆରେ ୟୁକ୍ରେନ ବିବାଦର ସମାଧାନ କରିବାକୁ ଚେଷ୍ଟା କରିଆସୁଛି ।  ଏନେଇ ନୂଆଦିଲ୍ଲୀରେ ମ୍ୟୁନିଖ ଲିଡର୍ସ  ବୈଠକରେ ଏସ୍ ଜୟଶଙ୍କର କହିଥିଲେ ଯେ, ଏହି ବିବାଦ ଉପରେ ଭାରତର ଆଭିମୁଖ୍ୟ ପୂରା ସ୍ପଷ୍ଟ ଏବଂ ଭାରତ ଏହାର ଅନ୍ତ ଦେଖିବାକୁ ଚାହୁଁଛି । ସେ ଆହୁରି କହିଥିଲେ ଯେ, ବହୁ ବର୍ଷ ଧରି ଭାରତ ଏହା ପାଇଁ ଓକିଲାତି କରି ଆସୁଛି । ଆଉ କିଛି ମାସ ହେବ, ଭାରତ ଏଥିରେ ଆଗକୁ ବଢି ଏଥିରେ ଆହୁରି ଅଧିକ ଜଡିତ ହୋଇଛି । ସେଥିପାଇଁ ଭାରତ ଋଷ ଏବଂ ୟୁକ୍ରେନ ଉଭୟ ସହ ଆଲୋଚନା କରୁଛି । ଏହାସହ କୃଷ୍ଣ ସାଗରରେ ଜାହାଜ ଚଳାଚଳ ସୁରକ୍ଷା ପ୍ରସଙ୍ଗରୁ ଆରମ୍ଭ କରି ସାହାର୍ଯ୍ୟ କରିବାକୁ ଚେଷ୍ଟା କରୁଛି । ଏହାଛଡା ଭାରତ ଦୁଇ ପାଦ ଆଗକୁ ବଢି ଏଭଳି ଚିନ୍ତା ଉପରେ ଧ୍ୟାନ ଦେଉଛି, ଯାହା ଋଷ ଏବଂ ୟୁକ୍ରେନ ଉଭୟର ଶସ୍ୟ, ଶକ୍ତି ରପ୍ତାନି ଏବଂ ଆକ୍ରମଣ ନହେବାର ସମ୍ଭାବନା ସହ ଅର୍ନ୍ତଭୁକ୍ତ । ଯାହା ଉପରେ ଏବେ ବି କଥାବାର୍ତ୍ତା ଜାରି ରହିଛି ।

ତେବେ ଐତିହାସିକ ଦୃଷ୍ଟିରୁ ଦେଖିଲେ ୧୯୫୦ ଦଶକରୁ ଭାରତ ସହ ଋଷର ବହୁତ ଭଲ ସମ୍ପର୍କ ରହିଆସିଛି ।  ଯେତେବେଳେ ଭାରତର ସୁରକ୍ଷା ଏବଂ କ୍ଷେତ୍ରୀୟ ଅଖଣ୍ଡତା  ବିପଦରେ ପଡିଥିଲା , ସେତେବେଳେ ତତ୍କାଳୀନ ସୋଭିଏତ୍ ସଂଘ ବିଭିନ୍ନ ଦିଗରୁ ଆମ ଦେଶ ସହ ଛିଡା ହୋଇଥିଲା । ଯେତେବେଳେ ବିଶ୍ବର ଅଧିକାଂଶ ଦେଶ ଆମର ପଡୋଶୀ ଦେଶର ସାମରିକ ଶାସନକୁ  ସମର୍ଥନ କରୁଥିଲେ, ସେତେବେଳେ ଋଷ ଏକମାତ୍ର ଦେଶ ଥିଲା, ଯାହା ସହିତ ଆମର ବହୁତ ଭଲ ସମ୍ପର୍କ ଥିଲା । ତେଣୁ ଭାରତ ଏହାକୁ କେବେ ବି ଭୁଲିପାରିବ ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)